Onn 3

ସକ୍ଷମ ହେଲେ ୨୩୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ

State

ବାରିପଦା: ଶାରୀରିକ ଗଠନରେ ତ୍ରୁଟି ଯୋଗୁଁ ଛାତ୍ରଛାତ୍ରୀ ମାନେ ଦୈନଦିନ କାର୍ଯ୍ୟ କରିବାରେ ତଥା ନିୟମିତ ବିଦ୍ୟାଳୟ ଉପସ୍ଥାନରେ ବିଭିନ୍ନ ଅସୁବିଧାର ସମୁଖୀନ ହୋଇଥାନ୍ତି । ଏହି ଅସୁବିଧାକୁ ଦୂର କରିବା ପାଇଁ ସମଗ୍ର ଶିକ୍ଷା ମୟୂରଭଞ ଓ ALIMCO (ଆଲିମକୋ) ଭୁବନେଶ୍ବରର ମିଳିତ ସହଯୋଗରେ ଆଲିମକୋର ଅଭିଙ୍ଗ୍ୟ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଗ୍ନଙ୍କ ଦ୍ଵାରା ୨୦୨୨-୨୩ ଶିକ୍ଷା ବର୍ଷରେ ଚିହ୍ନଟି କରଣ ଶିବିର ଜିଲ୍ଲାର ୧୨ଟି ସ୍ଥାନରେ ଆୟୋଜନ କରାଯାଇଥିଲା । ଏଥିରେ ସର୍ବ ମୋଟ ୨୩୩ ଜଣ ପିଲା ବିଭିନ୍ନ ପ୍ରକାରର କୃତିମ ଅଙ୍ଗ ପ୍ରତ୍ୟଙ୍ଗ ପାଇବା ନିମନ୍ତେ ମନୋନୀତ ହୋଇଥିଲେ ।

ଗତ ତା ୧୬.୦୮.୨୦୨୩ ଋଖ ଠାରୁ ୨୧.୦୮.୨୦୨୩ ଋଖ ପର୍ଯ୍ୟନ୍ତ ଚିହ୍ନିଟ ହୋଇଥିବା ୨୩୩ ଜଣ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ଭିନ୍ନକ୍ଷମ ପୂର୍ଣ୍ଣବାସ ଥଇଥାନ କେନ୍ଦ୍ର (ଡ଼ିଡ଼ିଆରସି) ବାରିପଦା ଠାରେ ୬ ଗୋଟି ପର୍ଯ୍ୟାୟରେ ଉକ୍ତ ସାମଗ୍ରୀ ଗୁଡିକୁ ବଣ୍ଟନ କରଯାଇଥିଲା ।ALIMCO ତରଫରୁ ଶ୍ରୀ ରାଜେଶ ନନ୍ଦ, ରାଜା ନାୟକ, ଆଶିଷ ମହାରଣା ଓ ଅବିନାଶ ଦେହୁରି ପିଲାମାଙ୍କୁ ଉକ୍ତ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକ fitting କରାଇଥିଲେ । ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ନିରଞ୍ଜନ ନାୟକ ପିଲା ମାନେ କିପରି ଭାବରେ ଏହାକୁ ନିୟମିତ ବ୍ୟବହାର କରିବେ ସେଥିପାଇଁ ସମସ୍ତ ଅଭିଭାବକ ମାନଙ୍କୁ ପରାମର୍ଶ ଦେବା ସହିତ ଆବଶ୍ୟକ ହେଲେ ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ପ୍ରତେକ ବ୍ଲକ ସ୍ତରରେ ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ ଥେରପି ସେଣ୍ଟର ରେ ନିୟମିତ ଅଭ୍ଯାସ ପାଇଁ ବୁଝାଇ ଥିଲେ । ରେଖାରଣୀ ଦାସ ଓ ସୋନାଲିକା ନାୟକ ଏହି କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ ।