Onn 3

ନଦୀ କୂଳରୁ ଅଜଣା ଵୃଦ୍ଧା ଉଦ୍ଧାର

State

ବାରିପଦା: ଵିଜାତଳା ବ୍ଳକର ଵନ୍ତଳୀ ଗ୍ରାମ ନିକଟ ନଦୀ କୂଳରୁ ଏକ ଅଜଣା ବୃଦ୍ଧା ବସିଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ ଓ୍ବାର୍ଡ ମେମ୍ବର ଧନଞ୍ଜୟ ମାରାଣ୍ଡି । ଧନଞ୍ଜୟ ସାଙ୍ଗେ ସାଙ୍ଗେ ସ୍ଥାନୀୟ ସରପଞ୍ଚଙ୍କୁ କୁନୀ ହାଁସଦାଙ୍କୁ ଜଣାଇଥିଲେ ।

ସ୍ଥାନୀୟ ଲୋକେ ଲଖାଇ ମୁର୍ମୁ, ସାମାଜିକ ସୁରକ୍ଷା ଅଧିକାରୀ ଧନଞ୍ଜୟ ପାଟବନ୍ଧା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଂକୁ ଉଦ୍ଧାର କରିବା ସହ ଵିଡିଓ ଶ୍ରୀ ଯୋଗରଂଜନ ନାୟକଙ୍କୁ ଜଣାଇ ଵୃଦ୍ଧାଙ୍କୁ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବୃଦ୍ଧାଙ୍କ ପରିଚୟ ମିଳି ପାରିନାହିଁ ।