Onn 3

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବା ସମୟରେ ସୁପ୍ରିମକୋର୍ଟଙ୍କୁ ପ୍ରଶଂସା

National & International

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବା ସମୟରେ  ସୁପ୍ରିମକୋର୍ଟଙ୍କୁ ପ୍ରଶଂସା କରିଛନ୍ତି।   ଆଞ୍ଚଳିକ ଭାଷାରେ କୋର୍ଟଙ୍କ ରାୟ ଉପଲବ୍ଧ କରାଇବା ପାଇଁ  ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମୁହଁରେ ସୁପ୍ରିମକୋର୍ଟଙ୍କ ପ୍ରଶଂସା ଶୁଣିବା ପରେ ସେଠାରେ ବସିଥିବା ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ ହାତ ହଲାଇ ଅଭିବାଦନ ଜଣାଇଥିଲେ।   ପିଲାମାନେ ମାତୃଭାଷାରେ କୋର୍ଟ ରାୟ ପଢିବାର ସୁଯୋଗ ପାଉଥିବାରୁ  ସୁପ୍ରିମକୋର୍ଟଙ୍କୁ  ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ।

ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ କଥା ଅନୁଯାୟୀ ବର୍ତ୍ତମାନ ଯେଉଁଠି କିଛି ନିଷ୍ପତ୍ତି ନିଆଯିବ ତାହା ସେଠାକାର ପ୍ରଚଳିତ ଆଞ୍ଚଳିକ ଭାଷାରେ ଶୁଣାଣି ହେବ। ଭାରତରେ ଗଣତନ୍ତ୍ରର ୭୩ତମ ପୂର୍ତ୍ତି ଅବସରରେ  ଏକ ହଜାରରୁ ଅଧିକ ନିଷ୍ପତ୍ତିର ଅନୁବାଦ ଅପଲୋଡ୍ କରି ନୂତନ ଅଧ୍ୟାୟ ସୃଷ୍ଟି କରାଯାଇଥିଲା । ଏହି ଆରମ୍ଭ ବର୍ତ୍ତମାନ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି। ଦେଶର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଦ୍ରୁତ ଗତିରେ ଆଗଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଲାଲ୍ କିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ  ସୁପ୍ରିମକୋର୍ଟଙ୍କୁ ଏପରି ପ୍ରଶଂସା ନିଆରା ।

ଆଜି ୭୭ ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍ କିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ପୂର୍ବରୁ ଥିବା ପ୍ରଧାନମନ୍ତ୍ରୀମାନେ  ସାଧାରଣତଃ, ମୋର ପ୍ରିୟ ଦେଶବାସୀ ‘କହି ଲାଲ କିଲ୍ଲା ସାରା ଦେଶର ଲୋକଙ୍କୁ ସମ୍ବୋଧିତ କରୁଥିଲେ। ତେବେ ଏଥର ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ ଅନେକ ଥର ‘ମୋର ପ୍ରିୟ ପରିବାର ସଦସ୍ୟ’ ଏବଂ ‘ମୋର ପ୍ରିୟ ଦେଶବାସୀ’ ବୋଲି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟମ ବର୍ଗଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ବିଶ୍ୱକର୍ମା ଯୋଜନାର ଘୋଷଣା ମଧ୍ୟ କରିଥିଲେ ।