Onn 3

ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଠକେଇ, ଷଡ଼ଯନ୍ତ୍ର ଭେଦିଲା ଇଓଡବ୍ଲୁ; ଅଭିଯୁକ୍ତ ଗିରଫ

State

eow-arrest

ଭୁବନେଶ୍ୱର: ଏକ ଆର୍ଥିକ ଠକେଇ ମାମଲାର ତଦନ୍ତ ଚଳାଇଥିବା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଇଫତଖାର ଆସିଫ୍ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ଯାଉଛି ଇଓଡବ୍ଲ୍ୟୁ।

ପୂର୍ବରୁ ଏହି ମାମଲାରେ ଅବଦୁଲ ହେଇ (ନୂଆପାଟଣା ସମବାୟ ବ୍ୟାଙ୍କ ଶାଖା ମ୍ୟାନେଜର), ପ୍ରକାଶ କୁମାର ମହାପାତ୍ର (ନୂଆପାଟଣା ସମବାୟ ବ୍ୟାଙ୍କର ବରିଷ୍ଠ ଅଧିକାରୀ) ଏବଂ ମହମ୍ମଦ ମୁସ୍ତାକିମ ରାଜା (ଋଣ ନେଇଥିବା ବ୍ୟକ୍ତି) ଗିରଫ ହୋଇଥିଲେ।

କଟକର ସହରାଞ୍ଜଳ ସମବାୟ ବ୍ୟାଙ୍କ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ପଣ୍ଡା ଋଣ ପ୍ରଦାନ ବେଳେ ହୋଇଥିବା ଅନିୟମିତତାକୁ ନେଇ ଅଭିଯୋଗ କରିଥିଲେ। ଯାହର ତଦନ୍ତ କରୁଛି ଅର୍ଥନୈତିକ ଅପରାଧ ଶାଖା। ୨୦୧୯ ମସିହାରୁ ୨୦୨୧ ମସିହା ମଧ୍ୟରେ ନୂଆପାଟଣା ଶାଖାର ପୂର୍ବତନ ଶାଖା ପରିଚାଳକ ଅବଦୁଲ୍ ପୂର୍ବତନ ବରିଷ୍ଠ ସହାୟକ ପ୍ରକାଶ କୁମାର ମହାପାତ୍ରଙ୍କ ସହ ମିଶି ଇଫତଖାର ଖାନଙ୍କ ସମେତ ତିନି ଜଣ ଋଣ ନେଇଥିବା ବ୍ୟକ୍ତିଙ୍କ ସହ ମିଶି ଜାଲିଆତି ଋଣ କିଭଳି ଜାଲିଆତି କରି ନେଇ ହେବ ଯୋଜନା କରିଥିଲେ।

ଏହି ଷଡଯନ୍ତ୍ରରେ ନକଲି ଏଲଆଇସି ପଲିସି ବ୍ଯବହାର କରି  ୨୫ଟି ଋଣ ମଞ୍ଜୁର କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଋଣ ମଧ୍ୟରୁ ମୋଟ ଆଠ ହଜାର କୋଟି ଟଙ୍କାର ଋଣ ହୋଇଛି। ୪.୧୩ କୋଟି ଟଙ୍କା ଆଦାୟ ହୋଇ ନ ଥିଲା। ଅଧିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଜାଲ ଏଲଆଇସି ପଲିସିକୁ ବ୍ୟବହାର କରି ଋଣ ପାଇଥିଲେ। ଯାହାକୁ ସାହାଯ୍ୟ କରିଥିଲେ ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ। ଷଡଯନ୍ତ୍ର କରି ନୂଆ ଋଣ ପ୍ରଦାନ କରିବା ସହ ବାରମ୍ବାର ନବୀକରଣ କରିଥିଲେ ଗିରଫ ଅଭିଯୁକ୍ତ।

ଏବେ ଗିରଫ ହୋଇଥିବା ଇଫତଖାର ଆସିଫ ଖାନ ପବନ କୁମାର ଗୁପ୍ତାଙ୍କ ନାମରେ ଏକ ଏଲଆଇସି ପଲିସି କରି ୪୭ ଲକ୍ଷ ଟଙ୍କାର ତିନୋଟି ଋଣ ନେଇଥିଲେ। ଆଉ ଏହି ପଲିସିକୁ ଦର୍ଶାଇ ତିନିଜଣ ଋଣ ନେଇଥିଲେ। ଆଉ ପଲିସିକୁ ସିକ୍ୟୁରିଟି ଭାବେ ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି।