Onn 3

ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଆଶ୍ରମ ମହନ୍ତଙ୍କ ମୃତଦେହ

National & International

[ad_1]

Mahanta

ଜୟପୁର : ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ଆଶ୍ରମର ମହନ୍ତଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଛି । ତାଙ୍କୁ ଅତ୍ୟନ୍ତ ନିର୍ମମଭାବେ ହତ୍ୟା କରାଯାଇଥିବା କୁହାଯାଉଛି । ମୃତ ମହନ୍ତଙ୍କ ନାଁ ମହାରାଜ୍ ମୋହନ ଦାସ୍ ।
ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଘଟଣାଟି ନାଗୌର ଜିଲ୍ଲାର କୁଚାମାନ ଥାନା ଅନ୍ତର୍ଗତ ରସଲ ଗାଁରେ ଘଟିଛି । ମହାରାଜ ମୋହନ ଦାସ୍ ଉକ୍ତ ଆଶ୍ରମରେ ଏକୁଟିଆ ରହୁଥିଲେ । ରବିବାର ରାତିରେ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଶୋଇବାକୁ ଯାଇଥିଲେ । କିନ୍ତୁ ସୋମବାର ସକାଳେ ତାଙ୍କର ମୃତଦେହ ମିଳିଥିଲା । ଗ୍ରାମବାସୀ ତାଙ୍କ ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ତାଙ୍କର ହାତଗୋଡ଼ ବାନ୍ଧି କରି ହତ୍ୟା କରାଯାଇଥିବା ପୁଲିସ ସଂଦେହ କରୁଛି । ହତ୍ୟା ପୂର୍ବରୁ ତାଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ବା କୁହାଯାଉଛି । ଶବ ବ୍ୟବଚ୍ଛେଦ ପରେ ମୋହନ ଦାସଙ୍କ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଗ୍ରାମବାସୀଙ୍କ ସୂଚନା ଅନୁସାରେ ସେ ଗତ ୧୪ ବର୍ଷ ହେଲା ଉକ୍ତ ଆଶ୍ରମରେ ଏକୁଟିଆ ରହୁଥିଲେ ।
ରାଜସ୍ଥାନରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଏହି ଘଟଣାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଏହା କଂଗ୍ରେସର ଜଙ୍ଗଲରାଜକୁ ଉଜାଗର କରିଛି ବୋଲି ଦଳ କହିଛି ।

[ad_2]