Onn 3

ମାଧ୍ୟମିକ ଶିକ୍ଷକ ସଂଘ ମୟୁରଭଞ୍ଜର ବନ୍ଧୁ ମିଳନ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

State

ବାରିପଦା: ଆଜି ବାରିପଦା ସ୍ଥିତ ପ୍ରୟାସ ହଲ ଠାରେ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ, ମୟୁରଭଞ୍ଜର ବନ୍ଧୁ ମିଳନ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ  ଦେବାଶିଷ ମାର୍ଣ୍ଡି ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ବାରିପଦା ପୌରପାଳିକାର ନଗରପାଳ  କୁଷ୍ଣାନନ୍ଦ ମହାନ୍ତି ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ବିପ୍ଳବ ବୁଗୁଡାଇ, ସମ୍ମାନିତ ଅତିଥି ଭାବରେ ଉତ୍କଳ ସାମ୍ବାଦିକ ସଂଘ,ମୟୁରଭଞ୍ଜର ସଭାପତି  ସୌମ୍ୟରଞ୍ଜନ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମଣ କୁମାର ଜେନା,ରାଜ୍ୟ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ,ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ, କୋଷାଧକ୍ଷ ପଞ୍ଚାନନ ଜେନା,ଜିଲ୍ଲା ଓଷ୍ଠା ସଙ୍ଘର ସଭାପତି ସନ୍ତୋଷ କୁମାର କାଷ୍ଟ,ସମ୍ପାଦକ ଚିତ୍ତରଞ୍ଜନ ପଳତା ଏବଂ ରାଜ୍ୟକାରିଣୀ ସଦସ୍ୟ କିଶୋର ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିଲେ l

ଜିଲ୍ଲା ସଙ୍ଘର ସଭାପତି  ହରିଶ ଚନ୍ଦ୍ର ଦାଶ ଉତ୍ସବର ତଥା ସଭାର ସଭାପତିତ୍ୱ କରିଥିବା ବେଳେ ବିନ୍ଧୁରେଖା ପାତ୍ର ଅତିଥି ପରିଚୟ କରିଥିଲେ l ଜିଲ୍ଲା ସଂଘର ଆବାହକ  ତପନ କୁମାର ବାରିକ ଅତିଥି ମାନଙ୍କୁ ସମ୍ବର୍ଦ୍ଦିତ କରିଥିଲେ l ଏହା ବ୍ୟତୀତ ଜିଲ୍ଲା ସଂଘର ସମ୍ପାଦକ ସୂର୍ଯ୍ୟ ପ୍ରକାଶ ନାୟକ ଯୋଗ ଦେଇଥିଲେ l