Onn 3

ନନ୍ଦନକାନନରେ ବିଶ୍ଵ ହସ୍ତୀ ଦିବସ ପାଳିତ

State

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ୧୩ତମ ବିଶ୍ବ ହସ୍ତୀ ଦିବସ ପାଳିତ ହେଇଯାଇଛି। ନନ୍ଦନକାନନର ୩ ହାତୀ (ବାସନ୍ତୀ, ହୀରା ଓ ମାମା)ଙ୍କୁ ହାତୀଶାଳ ସଫାରୀ ମଧ୍ୟରେ କଦଳୀ, ନଡ଼ିଆ, ଆଖୁ, ସେଓ, ତରଭୂଜ, ମକା ଖାଇବାକୁ ଦେଇଛନ୍ତି କର୍ତ୍ତୃପକ୍ଷ ଓ କର୍ମଚରୀ। ୩ ମାସର କୁନି ହାତୀ ଅଭିକୁ ରହୁଥିବା ସଂଗରୋଧରେ ଖାଇବାକୁ ଦିଆଯାଇଛି। ନନ୍ଦନକାନନକୁ ବୁଲି ଆସିଥିବା ପର୍ଯ୍ୟଟକ ଓ ହାତୀପ୍ରେମୀଙ୍କ ଲାଗି ଅଫଲାଇନ୍‌ ଓ ଅନଲାଇନ କୁଇଜ୍‌, ଚିତ୍ରାଙ୍କନ, ସ୍ଲୋଗାନ ଓ ଦସ୍ତଖତ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି।

ଭାଗନେଇଥିବା ପ୍ରତ୍ୟକ ପ୍ରତିଯୋଗୀଙ୍କୁ ଇ- ସାର୍ଟିଫିକେଟ ଓ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ହୋଇଥିବାଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନର ବ୍ୟବସ୍ଥା କରାଯାଇଛି। ବୁଲି ଆସିଥିବା ପର୍ଯ୍ୟଟକମାନେ ହସ୍ତୀ ସୁରକ୍ଷା ଉପରେ ମନ୍ତବ୍ୟ ରଖିଛନ୍ତି। ହାତୀ ମାହୁନ୍ତମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।