Kv Singdeo 2

ମାଲକାନଗିରି ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି, ଉଦଘାଟନ କଲେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

State

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି ।  ଧାନ ମଣ୍ଡିକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।  ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରୁ ୯ ଲକ୍ଷ ୨୪ ହଜାର କୁଇଣ୍ଟାଲ ଧାନ କିଣିବା ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି ।

ହେଲେ ପୂର୍ବପରି ଚାଷୀଙ୍କୁ ଆଉ ଓଦା ଧାନ କହି କଟନି ଛଟନି କରି ପାରିବେ ନାହିଁ ମିଲର ।  ସମସ୍ତ ଧାନ ମଣ୍ଡିରେ ଲାଗିବ ସିସିଟିଭି। ମଣ୍ଡିରେ ଚାଷୀଙ୍କ ସାମନାରେ ମେସିନ ଭିତରେ ଧାନ ଟେଷ୍ଟ କରାଯିବ ଓ ଏହାର ରିପୋର୍ଟ ଉଭୟ ଚାଷୀ ଓ ମିଲ ମାଲିକଙ୍କୁ ଦିଆଯିବ ।

କୌଣସି ଚାଷୀ ଦଲାଲଙ୍କ ପାଖରେ ଧାନ ବିକ୍ରି ନକରି ମଣ୍ଡିରେ ଧାନ ବିକ୍ରି କରିବା ଲାଗି ଯୋଗାଣ ବିଭାଗର ଅଧିକାରୀଙ୍କୁ ତାଗିଦ କରାଯାଇଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।  ଏହା ସହ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଚାଷୀ ମାନେ ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କା ଇନପୁଟ ମିଶାଇ କୁଇଣ୍ଟାଲ ପିଚ୍ଛା ମୋଟ ୩୧୦୦ ଟଙ୍କା ପାଇବେ ।