ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତ ତେନ୍ତୁଲି ପଦର ଗ୍ରାମରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଆଜି ଅପରାହ୍ନ ପ୍ରାୟ ୪ ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ୯ ଟି ପରିବାର ସର୍ବସ୍ବାନ୍ତ ହୋଇଥିବାବେଳେ ୩୦ ବଖରା ଧ୍ଵଂସ ସ୍ତୁପରେ ପରିଣତ ହୋଇଛି । ଏହି ଅଗ୍ନିକାଣ୍ଡରେ ଆନୁମାନିକ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଜଳିଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ପିନ୍ଧି ଥିବା ବସ୍ତ୍ର ବ୍ୟତୀତ ଜଳିଜାଇଥିବା ଆସବାବପତ୍ର ମଧ୍ୟରେ ଧାନ ଚାଉଳ ଖଦ୍ୟ ଶସ୍ୟ ,ବସ୍ତ୍ର ,ସୁନା ,ରୂପା , କଂସା ବାସନ, ସାଇକଲ ,ଖଟ ପଲଙ୍କ, ବିଭିନ୍ନ ସରକାରୀ ପ୍ରମାଣ ପତ୍ର ଅନ୍ତର୍ଭୁକ୍ତ ବୋଲି ଅଭିଯୋଗ ହୋଇଛି ।
