Onn 3

ନକ୍ସଲ ହମଲାରେ ଓଡ଼ିଆ ସିଆରପିଏଫ ଯବାନ ସହିଦ

State

ଭୁବନେଶ୍ୱର:ସୀମାରେ ଓଡ଼ିଆ ଯବାନ ସହିଦ ।  ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡିଆ ଯବାନ ସୁଶାନ୍ତ ଖୁଂଟିଆ।  ମାଓ ଏନକାଉଣ୍ଟରରେ ସାମିଲ ହୋଇଥିଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଂଟିଆ । ଏହି ଖବର ପହଞ୍ଚିବା ପରେ ସାରା କେନ୍ଦୁଝର ଜିଲ୍ଲାରେ ଖେଳି ଯାଇଛି ଶୋକର ଲହରୀ ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ୪ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତ । ସୂଚନା ଅନୁସାରେ, କୁମ୍ବିଂ ଅପରେସନରେ ଝାଡ଼ଖଣ୍ଡ ଚାଇବାସା ଯାଇଥିଲେ ସିଆରପିଏଫ ଯବାନ ।  ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଦୁଇ ଜଣ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ତୁରନ୍ତ ଆହତ ଦୁଇ ଯବାନଙ୍କୁ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା । ହସ୍ପିଟାଲରେ ପହଁଚିବା ପରେ   ସୁଶାନ୍ତ ଖୁଂଟିଆଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଚିକିତ୍ସା ବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗୁଳିବିନିମୟ ବେଳେ ସୁଶାନ୍ତଙ୍କ ଛାତିରେ ଗୁଳି ଲାଗିଥିଲା । ଅନ୍ୟ ଜଣେ ଜବାନ ଗୁରୁତର ଅଛନ୍ତି ।