ନବାହ୍ନ୍ନ ପାରାୟଣ ପ୍ରବଚନ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚଚାୟତ ନାହୋ ଗ୍ରାମର ନାହୋକେଶ୍ୱର ଶ୍ରୀ ରାମ ଦୟା ପରିଷଦ ପକ୍ଷରୁ ସତରତମ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ପ୍ରବଚନ ନାମ ଯଜ୍ଞ ୧ତାରିଖ ରୁ ଆରମ୍ଭ ହୋଇ ୯ ତାରିଖଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ୧୧ ଗୋଟି କଳସ କପାଳୀ ନଦୀରେ ଘଟୋଉତ୍ତୋଳନ କରି ଗ୍ରାମ ପରିକ୍ରମା ପରେ ପୂଜା ମଣ୍ଡପକୁ ଅଣାଯାଇଥିଲା । ପୂଜା ମଣ୍ଡପରେ ସୁଦାମଚରଣ ପରିଡା, ଅନିତା ପରିଡା କର୍ତ୍ତା କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ନାରାୟଣ ମିଶ୍ର,ଜଗନ୍ନାଥ ପାଣିଗ୍ରାହୀ, ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ପାପୁଡିଆ ମଠ ପୁରୀ ଶ୍ରୀ ଶ୍ରୀ ଭଜରାମ ଦାସ ମହାରାଜ ବ୍ୟାସ ରୂପେ କାର୍ଯ୍ୟ ତୁଲାଇଥିଲେ । ପ୍ରବଚକ ନିରାକାର ଗାହାଣ,ସନ୍ଥ ମହୋହର ଦାସ, ଦେବରାଜ ଦାସ, ସୁଦାମ ଚରଣ ଦାସ ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ ପ୍ରଦାନ କରିଥିବା ବେଳେ ଶ୍ରୀରାମ ଚରିତ କଥା ଜ୍ଞାନ,ପାରାୟଣ,ବିଶ୍ୱଶାନ୍ତି ମହାଯଜ୍ଞ,ଭଜନ ସନ୍ଦ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Photo1 For The News Of Ramacharita Manas

ମଣ୍ଡପରେ ରାମ, ସୀତା, ହନୁମାନଙ୍କ ସମେତ ପାଶ୍ୱ ମୂର୍ତ୍ତୀ ପୂଜା ପାଉଥିବା ବେଳେ ସନ୍ଧ୍ୟା ସମୟରେ ଆଳତି ଦର୍ଶନ କାର୍ଯ୍ୟକ୍ରମରେ ରାମପୁର ,ରାମକୃଷ୍ଣପୁର, ଗଣିଜାଙ୍ଗ ପଞ୍ଚାୟତର ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଭିଡ଼ ଜମିଥିଲା ପୂଜା ମଣ୍ଡପରେ । କାର୍ଯ୍ୟକ୍ରମ ପରିଚାଳନାରେ ନିରଞ୍ଜନ ବିଶ୍ୱାଳ, ଶେଷଦେବ ନାୟକ, ମୂରଲୀଧର ମଲିକ,ରବୀନ୍ଦ୍ର ବିଶ୍ୱାଳ ,କୃଷ୍ଣ ଚନ୍ଦ୍ର ଦାସ ,ପ୍ରଦୀପ ବିଶ୍ୱାଳ, ବିଦ୍ୟାଧର ବିଶ୍ୱାଳ, ଲକ୍ଷ୍ମୀଧର ଜେନା, ଅଭିରାମ ଦାସ, ରାମହରି ଦାସ ବିଶ୍ୱନାଥ ଲେଙ୍କା, ବିଶ୍ୱମ୍ବର ନାୟକ, ଅଭିମନ୍ୟୁ ପ୍ରଧାନ, ପରମାନନ୍ଦ ସେଠି, ଅନ୍ତର୍ଯ୍ୟାମୀ ପ୍ରଧାନ ସମେତ ନାହୋ ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।

Shrutilipi ad