Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନତା ଦିବସ ଉପଲକ୍ଷେ ତର୍କ ପ୍ରତିଯୋଗିତା

State

ବାରିପଦା: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଓଡ଼ିଆ ଓ ଇଂରାଜୀରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଏହି ତର୍କ ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍ନାତକୋତ୍ତର ବିଭାଗର ଛାତ୍ରଛାତ୍ରୀ ତଥା ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଓଡ଼ିଆ ତର୍କ ପ୍ରତିଯୋଗିତାରେ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଅପର୍ଣ୍ଣା ସିଂ ପ୍ରଥମ ହୋଇଥିବାବେଳେ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଛାତ୍ର ଅଙ୍କିତ ରାଉତ ଦ୍ୱିତୀୟ ଓ କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସାଗରିକା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଇଂରାଜୀ ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ଛାତ୍ର ଅଙ୍କିତ ରାଉତ ପ୍ରଥମ ହୋଇଥିବାବେଳେ ବିଶ୍ୱବିଦ୍ୟାଳୟର ଛାତ୍ରୀ ସଂକ୍ରିତ କୁମାରୀ ସ ଦ୍ୱିତୀୟ ଓ ନମିତା ମିଶ୍ର ତୃତୀୟ ସ୍ଥାନ ଲାଭ କରିଛନ୍ତି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ତର୍କ ପ୍ରତିଯୋଗିତାରେ ଜୈବପ୍ରଯୁକ୍ତି ବିଭାଗର ସହଯୋଗୀ ପ୍ରଫେସର ଡ. ସୁକାନ୍ତ ନାୟକ, ନୃତତ୍ତ୍ୱ ଓ ଜନଜାତି ଶିକ୍ଷା ବିଭାଗର ସହଯୋଗୀ ପ୍ରଫେସର ଡ. ମୋନାଲି ଗୋସ୍ୱାମୀ ଓ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ ବିଚାରକ ଭାବରେ ରହିଥିଲେ ।

ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ପରିଚାଳନା କରିଥିଲେ । ବିଭାଗୀୟ କର୍ମଚାରୀ ତୃପ୍ତି ପାତ୍ର, ରିକା ପଣ୍ଡା ପମୁଖ ସହଯୋଗ କରିଥିଲେ । ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. କବିତା କୁମାରୀ ସାହୁ, ନୃତତ୍ତ୍ୱ ଓ ଜନଜାତି ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଡ. ପ୍ରିୟଙ୍କା ଦାସଙ୍କ ସହ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କୃତି ପ୍ରତିଯୋଗୀମାନେ ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିଅବସରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିବେ ବୋଲି ବିଶ୍ୱବିଦ୍ୟାଳୟ ତରଫରୁ ଜଣାଯାଇଛି ।