Onn 3

୭ ଟି ଦେଶୀ ବନ୍ଧୁକ ଚମ୍ପାଝର ଜଙ୍ଗଲ ରୁ ଉଦ୍ଧାର କଲା ବନ ବିଭାଗ

Crime State

ବାରିପଦା: କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ରୁ ଶିକାରୀ ମାନେ ଜଙ୍ଗଲ ରେ ଲୁଚାଇ ରଖିଥିବା ୭ ଟି ଦେଶୀ ବନ୍ଧୁକ କୁ ବୁଧବାର ଦିନ ସ୍ଥାନୀୟ ଲୋକ ପ୍ରତିନିଧି ଓ ବନକର୍ମଚାରୀ ମାନେ ଉଦ୍ଧାର କରି ଠାକୁରମୁଣ୍ଡା ଥାନାରେ ଜିମା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟ ରେ ୨ ଜଣ ବନ କର୍ମଚାରୀ ଙ୍କୁ ହତ୍ୟା ପରେ ପୋଲିସ ଓ ବନବିଭାଗ ପକ୍ଷରୁ ବନ୍ଧୁକ ଆତ୍ମସମର୍ପଣ ଅଭିଯାନ ଶିମିଳିପାଳ ଜଙ୍ଗଲ ଲାଗି ରହିଥିବା ଗ୍ରାମଗୁଡିକରେ ଆରମ୍ଭ କରାଯାଇ ଜୁଲାଇ ମାସ ୩୧ ତାରିଖ ବନ୍ଧୁକ ଆତ୍ମସମର୍ପଣ ର ଶେଷ ଦିନ ରଖା ଯାଇଥିଲା।ଆତ୍ମସମର୍ପଣ ର ଶେଷ ଦିନ ପରେ ବନ୍ଧୁକ ରଖିଥିବ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଚାର କରାଯାଇଥିଲା।ସମର୍ପଣ ର ଶେଷ ଦିନ ରେ ସ୍ଥାନୀୟ ସରପଞ୍ଚ ମାନଙ୍କ ନିକଟରେ ୨୪ ଟି ଦେଶୀ ବନ୍ଧୁକ କୁ ଶିକାରୀ ମାନେ ସମର୍ପଣ କରିଥିଲେ।

ସେଗୁଡିକୁ ସ୍ଥାନୀୟ ସରପଞ୍ଚ ମାନେ ମହୁଲଡ଼ିହା ଓ ଠାକୁରମୁଣ୍ଡା ଥାନା ରେ ଜିମା ଦେଇଥିଲେ।ପୁଣି ବନ୍ଧୁକ ସମର୍ପଣ ର ୮ ଦିନ ପରେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭେଜଡ଼ିହା ଲାଇନ ଚଟଣି ବୁରୁ ଜଙ୍ଗଲ ରେ ଥିବା ବିଭିନ୍ନ ଗଛ କୋରଡ,ପଥର ଖୋଲ ଭିତରେ ଶିକାରୀ ମାନେ ବନ୍ଧୁକ ଲୁଚାଇଥିବା ନେଇ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ ଓ ୱାର୍ଡ ସଭ୍ୟ ଗୋବିନ୍ଦ ଲାମୀୟା, ନାରାୟଣ ହୋ ଙ୍କ ସୂଚନା ଅନୁଯାୟୀ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଓ ଅନ୍ୟ ବନ କର୍ମଚାରୀ ମାନେ ଜଙ୍ଗଲ ଭିତରେ ଖୋଜା ଖୋଜି କରି ଶିକାରୀ ମାନେ ଲୁଚାଇ ରଖିଥିବା ୭ ଟି ବନ୍ଧୁକ କୁ ଉଦ୍ଧାର କରି ଥିଲେ।ଉଦ୍ଧାର ବନ୍ଧୁକ ଗୁଡିକୁ ଠାକୁରମୁଣ୍ଡା ଥାନାରେ ବନ ବିଭାଗ ଜିମା ଦେଇଥିବା ନେଇ ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ କହିଛନ୍ତିି।