Img 20250207 Wa0157

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ମୟୁରଭଞ୍ଜ ଗ୍ରୀନ ବିଜୟ

BREAKING NEWS Crime sports

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ଖେଳରେ ମୟୁରଭଞ୍ଜ ଗ୍ରୀନ ମୟୁରଭଞ୍ଜ (ଏ) କୁ ୯ ଉଇକେଟରେ ପରାସ୍ତ କରିଅଛି I ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ (ଏ ) ୨୫. ୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୪ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଶେଖ ନଫିସୁଲ ହୁସେନ ୨୮ ଓ ଅଭିଷେକ ନାଏକ ୨୫ ରନ କରିଥିଵା ବେଳେ ବିପକ୍ଷ ଦଳର ସୁରଜ ଶୁଭ୍ରଜିତ ମହାନ୍ତ ୪ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ ଗ୍ରୀନ ୧୯. ୪ ଓଭରରେ ଗୋଟିଏ ଉଇକେଟ ହରାଇ ୯୫ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଶୁଭ୍ର ରଞ୍ଜନ ପତି ୬୦ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ଡି ଆର କେ (ଏ ) ଓ ବି ସି ଏ ମଧ୍ୟରେ ଖେଳ ହେବ I