Onn 3

ସ୍କୁଲରେ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

State

ଭୁବନେଶ୍ୱରରାଜ୍ୟର କୌଣସି ବିଦ୍ୟାଳୟରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଏନେଇ ମଙ୍ଗଳବାର ସବୁ ଜିଲ୍ଲା ଅଧିକାରୀଙ୍କୁ ଚିଠି କରିଛନ୍ତି ।

ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ ନାମଲେଖା ଜାରି ରହିଛି । ନାମଲେଖାକୁ ସହଜ ଓ ସରଳ କରିବା ଲାଗି ପୂର୍ବରୁ ନିର୍ଦ୍ଦେଶ ଦିଆ ଯାଇଥିଲା । କେତେକ ସ୍କୁଲରେ ନାମଲେଖା ସମୟରେ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଆଧାରକାର୍ଡ ମାଗୁଥିବା ନଜରକୁ ଆସିଛି । ତେବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଆଧାରକାର୍ଡ ବିନା ନାମଲେଖା ହୋଇ ପାରିବ ବୋଲି ସଚିବ ସବୁ ଜିଲ୍ଲାର ଡିଇଓଙ୍କୁ ଚିଠି କରିଛନ୍ତି ।

ସଚିବ ଚିଠିରେ ଲେଖିଛନ୍ତି, ନାମଲେଖା ପାଇଁ ଆଧାରକାର୍ଡ ଆବଶ୍ୟକ ନାହିଁ । ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀ ଜିଲ୍ଲାର ଅଧିକାରୀଙ୍କୁ ଯୋଗାଯୋଗ କରି ଆଧାର କାର୍ଡ ସଂଗ୍ରହ କରି ପାରିବେ ବୋଲି କୁହାଯାଇଛି । ଏନେଇ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇବାକୁ ଡିଇଓଙ୍କୁ ଚିଠି କରିଛନ୍ତି ବିଭାଗୀୟ ସଚିବ ।