Onn 3

ଗୁଜରାଟ : ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧରେ ମେଣ୍ଟ କରିବେ ଆପ୍-କଂଗ୍ରେସ

National & International

ଗାନ୍ଧିନଗର : ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଉଭୟ ବିରୋଧୀ ଓ ଶାସକ ଦଳ ଛୋଟ ଛୋଟ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜରାଟ ଲୋକସଭା ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି ଏକ ବଡ଼ ଘୋଷଣା କରିଛି। ଗୁଜରାଟରେ ଆପ୍ ନେତା ଇସୁଦାନ ଗଡ଼ଭି କହିଛନ୍ତି ଯେ ଗୁଜରାଟରେ କଂଗ୍ରେସ ସହ ମେଣ୍ଟ କରିବ। ଉଭୟ ଦଳ ବିଜେପି ମେଣ୍ଟ ଅଧୀନରେ ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି।
ଏବିପି ଅସ୍ମିତାର ଏକ ରିପୋର୍ଟ ଅନୁଯାୟୀ ଆପ୍ ନେତା କହିଛନ୍ତି ଯେ କଂଗ୍ରେସ ଏବଂ ଆପ୍ ଆସନ ବଣ୍ଟନ କରି ଲୋକସଭା ନିର୍ବାଚନ ଲଢ଼ିବେ। ମୁଦ୍ରାସ୍ଫୀତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଉଭୟ ଦଳ ଏକାଠି ଅଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି । ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ସମସ୍ତ ୨୬ଟି ଆସନ ଜିତିପାରିବ ନାହିଁ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଗୁଜରାଟ ବିଧାନସଭାରେ ଆମ୍ ଆଦମୀ ପାର୍ଟିକୁ ମାତ୍ର ୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା, କିନ୍ତୁ ଗୁଜରାଟରେ ଆମ୍ ଆଦମୀ ପାର୍ଟି କଂଗ୍ରେସ ପାଇଁ ବିପଦର ଘଣ୍ଟି ବଜାଇଥିଲା। ଆପ୍ ପାଖାପାଖି ୧୩ ପ୍ରତିଶତ ଭୋଟ୍ ପାଇ ୩୫ ଟି ଆସନରେ ଦ୍ବିତୀୟ ସ୍ଥାନରେ ରହିଥିଲା। ଅସଦୁଦ୍ଦିନ ଓୱେସିଙ୍କ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍) ୦.୨୯ ପ୍ରତିଶତ ଭୋଟ ପାଇଥିଲା । ଗୁଜରାଟରେ ଏହି ଦୁଇ ଦଳ କଂଗ୍ରେସକୁ କ୍ଷତି ପହଞ୍ଚାଇଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ସବୁଠାରୁ ଖରାପ ପ୍ରଦର୍ଶନ କରି ମାତ୍ର ୧୭ଟି ଆସନରେ ସୀମିତ ରହିଥିଲା।
ଅନ୍ୟପକ୍ଷରେ ଦିଲ୍ଲୀ ଓ ପଂଜାବରେ ବି ଆପ୍ ଓ କଂଗ୍ରେସ ମେଣ୍ଟ କରିବାକୁ କଥାବାର୍ତ୍ତା ଚଳାିଛନ୍ତି ।