Onn 3

ବିଦ୍ୟୁତ ତାର ସ୍ପର୍ଶରେ ମହିଳା ମୃତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ନୂଆଗାଁ – ଵେଗନାଡିହି ଗାଁର ସହଦେବ ମହାନ୍ତଙ୍କ ପତ୍ନୀ ଛବିରାଣୀ ମହାନ୍ତି(୩୦) ପୂର୍ବାହ୍ନ ୯ ଘଟିକା ସମୟରେ ଗାଧୋଇ ବାହାରେ ଓଦା ଲୁଗା ଶୁଖାଉଥିଲେ ।ସେହି ପାଖାପାଖି ଵିଦ୍ଯୁତ ତାର ଯାଇଛି । ହଠାତ୍ ଆକାଶରେ ବିଜୁଳି ଚଡ଼କ ମାରିଥିଲା ।ଭୟରେ ଓଦା ଲୁଗା ଗୁଡିକ ଶୁଖାଇ ବା ସମୟରେ ଅସାବଧାନତା ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବା ଫଳରେ ସେ ସେଠାରେ ପଡି ଯାଇଥିଲେ ।ତାଙ୍କୁ ହସ୍ପିଟାଲ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।

ତିରିଂଥାନାର ପୋଲିସ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୨/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ମା’ର କୁ ହରାଇ ଛୋଟ ଛୁଆ ଦୁଇଟି ଦୁଃଖରେ ଭାଙ୍ଗି ପଡ଼ିବା ସହ ପରିବାର ବର୍ଗ ହତାଶ ହୋଇ ପଡିଛନ୍ତି ।