Onn 3

ଦିଲ୍ଲୀରେ ସମ୍ବଲପୁରୀ ପୋଷାକ ପିନ୍ଧି ଶୁଭେଚ୍ଛା ଜଣାଇଲେ ବିଜେପି ନେତା

State

ଭୁବନେଶ୍ୱର:ଆଜି ସମ୍ବଲପୁର ଦିବସ । ଖାଲି ସମ୍ବଲପୁର ନୁହେଁ,  ଦିଲ୍ଲୀ ବି ଦେଖିବାକୁ ମିଳିଛି ଆଜି ସମ୍ବଲପୁରୀ ଛିଟା । ଆଜି ତିନି ଜଣ ବରିଷ୍ଠ  ମନ୍ତ୍ରୀଙ୍କୁ ସମ୍ବଲପୁରୀ ପରିଧାନରେ ଦେଖିବାକୁ ମିଳିଛି । ଏହି ତିନି ମନ୍ତ୍ରୀ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏଥିସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ସମ୍ବଲପୁରୀ ପରିଧାନରେ ଆସିଛନ୍ତି ।

ସମ୍ବଲପୁରୀ ପରିଧାନରେ ନଜର ଆସିଛନ୍ତି, ମୋଦିର ସରକାରର ୩ ପ୍ରଭାବଶାଳୀ ମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମ୍ବଲପୁରୀ ପରିଧାନରେ ନଜର ଆସିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବଲପୁରୀ ଶାଢୀ ପିନ୍ଧିଥିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ସମ୍ବଲପୁରୀ ଜ୍ୟାକେଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହି ଚାରିଜଣ ପ୍ରଭାବଶାଳୀ ନେତା ଏକାଠି ସମ୍ବଲପୁରୀ ପୋଷାକରେ  ସମ୍ବଲପୁରୀ ଦିନ ପାଇଁ  ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ସମ୍ବଲପୁରୀ ଦିନ ପାଇଁ  ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜେ ସମ୍ବଲପୁର ନିବାସୀ ହୋଇଥିବାରୁ ସେ ସମ୍ବଲପୁରୀ ଦିନ ଅବସରରେ ସମସ୍ତଙ୍କ ସୁଖ, ସମୃଦ୍ଧି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସୂଚନାଥାଉ କି, ଆଜି ହେଉଛି ବିଶିଷ୍ଟ ସାହିତ୍ୟିକ ତଥା ସମ୍ବଲପୁରୀ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ୧୦୭ ତମ ଜନ୍ମ ଦିବସ। ଏହି ଅବସରରେ ପ୍ରତିବର୍ଷ ଅଗଷ୍ଟ ୧କୁ ‘ସମ୍ବଲପୁରୀ ଦିନ୍‌’ ଭାବେ ପାଳନ କରାଯାଉଛି। ନାଚ, ଗୀତ, ପାରମ୍ପରିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ତା ସାଙ୍ଗକୁ ସ୍ୱାଦିଷ୍ଟ ଖାଦ୍ୟପେୟରେ ମସଗୁଲ ହୋଇଥିଲେ ପଶ୍ଚିମ ଓଡ଼ିଶାବାସୀ। ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିନ୍‌।