Onn 3

ପାରୁନ ଯଦି ଆମକୁ ଦାୟିତ୍ବ ଦିଅ : ମୋଦୀଙ୍କୁ କହିଲେ ମମତା

National & International

କୋଲକାତା : ମଣିପୁର ହିଂସାକୁ ନେଇ ବିରୋଧୀ ଦଳମାନେ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍ୟପକ୍ଷରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ମଣିପୁର ହିଂସାକୁ ନିନ୍ଦା କରି ଏକ ସଂକଳ୍ପ ପାରିତ ହୋଇଛି । ପଶ୍ଚିମବଙ୍ଗ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭଦେବ ଚଟ୍ଟୋପାଧ୍ୟାୟ ଗୃହରେ ଏହି ସଂକଳ୍ପ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଣିପୁର ଜଳୁଛି ଏବଂ ବିଜେପି ପଶ୍ଚିମବଙ୍ଗକୁ ଟିମ୍ ପଠାଇବାରେ ବ୍ୟସ୍ତ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ପ୍ରସଙ୍ଗରେ ବୟାନ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଏହାକୁ ସମ୍ଭାଳିବାରେ ଅସମର୍ଥ ହୁଅନ୍ତି, ତେବେ ସେ ଆମକୁ ଦାୟିତ୍ୱ ଦେଇପାରିବେ । ଆମେ ଏହାକୁ ସେମାନଙ୍କ ଠାରୁ ଭଲ ଭାବରେ ପରିଚାଳନା କରିବୁ । ବିଜେପି ‘ବେଟି ଜଲାଓ’ ଓ ‘ବେଟି ହଟାଓ’ କରୁଛି । ମୁଁ ବିଜେପିଠାରୁ ଜ୍ଞାନ ଚାହୁଁନାହିଁ । ବିଜେପି ଏଠାକୁ ୧୦୭ ଟି ପ୍ରତିନିଧି ଦଳ ପଠାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ରାଜ୍ୟମାନେ ବି ନିଜ ନିଜ ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଚର୍ଚ୍ଚା କରନ୍ତୁ ଓ ନିନ୍ଦା ପ୍ରସ୍ତାବ ଆଗତ କରନ୍ତୁ । ମଣିପୁରରେ ଯାହା ହେଲା ତାହା ଦେଖି ଆମେ ସ୍ତବ୍ଧ ।