Onn 3

ମାଛ ଧରୁଥିବା ବେଳେ ନଦୀରେ ଭାସିଗଲେ ୨ ସାଙ୍ଗ

Crime State

ଭଦ୍ରକଭଦ୍ରକ ଦୋଳସାହିରେ ଅଘଟଣ । ମାଛ ଧରୁଥିବା ବେଳେ ନଦୀରେ ଭାସି ଯାଇଛନ୍ତି ୨ ସାଙ୍ଗ । ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜି ୨ ସାଙ୍ଗ ତିହିଡି ଥାନା ଦୋଳସାହି ଗାଜିପୁରର କୁଣ୍ଡୀ ନଈକୁ ମାଛ ମାରିବାକୁ ଯାଇଥିଲେ । ମାଛ ଧରୁଥିବା ବେଳେ ପାଣି ସୁଅରେ ଭାସି ଯାଇଥିଲେ ଦୁଇ ସାଙ୍ଗ । ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ସହିତ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି ।

ମୃତକ ବିଶ୍ୱରଂଜନ ମହାନ୍ତି ହୋଇଥିବା ବେଳେ ଘର ଗାଜିପୁରରେ । ଗୁରୁତର ଜଣଙ୍କ ସୌରଜିତ ନାୟକ, ଘର ପାଳିଆବିନ୍ଧାରେ । ଗୁରୁତର ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଯାଇଛି ।