Onn 3

ଠିକାଦାର ସୁପରଭାଇଜରଙ୍କୁ ଗୁଳିମାଡ଼, ମାର୍ଶାଘାଇ ପୋଲିସର ଛାନଭିନ୍ ଆରମ୍ଭ

Crime State

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି । ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଛନ୍ତି ଜଣେ ଯୁବକ । ମାର୍ଶାଘାଇ ଥାନା ମଙ୍ଗଳା ଛକରେ ଆଜି ଏହି ଗୁଳିମାଡ଼ ହୋଇଛି । ଗୁଳିମାଡ଼ର ଶିକାର ଯୁବକଙ୍କ ନାଁ ଶକ୍ତି ଚନ୍ଦନ ମହାନ୍ତି । ସଂପୃକ୍ତ ଯୁବକଙ୍କ ପେଟରେ ଗୁଳି ବାଜିଛି । ସେ ଜଣେ ଠିକାଦାରଙ୍କ ସୁପରଭାଇଜର କାମ କରନ୍ତି । ଗୁଳିମାଡ଼ ପରଠୁ ଫେରାର୍ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ମାର୍ଶାଘାଇ ପୋଲିସ ଛାନଭିନ୍ ଚଳାଇଛି ।

ଯୁବକ ଜଣକ ଆଜି ସନ୍ଧ୍ୟାରେ ବାଇକରେ ନିଜ ଘରକୁ ଫେରୁଥିବା ବେଳେ ମଙ୍ଗଳା ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବୁଲେଟ୍ ଯୋଗେ ଆସି ତାଙ୍କୁ ଅଟକାଇଥିଲେ । ଯୁବକଙ୍କ ପାଖରେ ଥିବା ଏକ ବ୍ୟାଗକୁ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ସେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେ ତଳେ ପଡିଯିବା ପରେ ଦୁର୍ବୃତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଏହା ଦେଖି ତାଙ୍କୁ ପ୍ରଥମେ ମାର୍ଶାଘାଇ ମେଡିକାଲ ନେଇଥିଲେ । ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି କ୍ଷ ଠିକାଦାରୀ ଓ ଦାଦାବଟି କାମକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଇଛି ।