Onn 3

୧କୋଟିର ‌ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଳାଇଲେ ବାବା ରାମଦେବ, ଭାଇରାଲ ହେଲା ଭିଡିଓ

National & International

ନୂଆଦିଲ୍ଲୀ: ୧କୋଟିର ‌ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଳାଇଲେ ବାବା ରାମଦେବ। ଭାଇରାଲ ହେଲା ଭିଡିଓ। ଯୋଗ ଗୁରୁ ବାବା ରାମଦେବ ଉତ୍ତରାଖଣ୍ଡର ହରିଦ୍ୱାରରେ ଏକ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ୧୩୦ ଚଳାଉଥିବାର ନଜର ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ସେ ଏକ ଲାଲ ରଙ୍ଗର ଲ୍ୟାଣ୍ଡ ରୋଭରରେ ବସି କାର ଚଳାଉଥିବାର ଦେଖାଯାଇଛି। ଗାଡ଼ି ଭିତରେ ତାଙ୍କ ସହ ଅନ୍ୟ କିଛି ଜଣ ମଧ୍ୟ ରହିଛନ୍ତି। କାରର ମୂଲ୍ୟ ପ୍ରାୟ ୧.୫ କୋଟି ବୋଲି ଜଣାପଡ଼ିଥିବା ବେଳେ ଯୋଗ ଗୁରୁ ଏହି କାର କିଣିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ତେବେ ଇନଷ୍ଟାରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଦେଖାଯାଇଛି ଯେ, ରାମଦେବ ପ୍ରଥମେ କାରକୁ ଭଲ ଭାବରେ ଯାଞ୍ଚ କରି ତା’ପରେ ସିଟରେ ବସୁଛନ୍ତି। ତାଙ୍କ ସହ ଜଣେ ମହିଳା ଏବଂ କିଛି ପୁରୁଷ ଲୋକ ମଧ୍ୟ କାର ଭିତରେ ବସିିଥିବା ଦେଖାଯାଇଛି। କାରରେ ବସିବା ପରେ ବାବା ରାମଦେବ ଗାଡ଼ି ଚଳାଇଥିବା ସହ କାରରେ ପଞ୍ଜୀକରଣ ପ୍ଲେଟ୍ ନଥିବା ଦେଖାଯାଇଛି।