Onn 3

ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ରଖିବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ରେ ଭୁବନେଶ୍ୱର ସହର ଭାଗ ନେଇଛି । ଏହି ସର୍ବେକ୍ଷଣରେ ସମସ୍ତେ ସିଟିଜେନ ଫିଡବ୍ୟାକ ଦେଇ ଭୁବନେଶ୍ୱରକୁ  ୧ ନମ୍ବର କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ସମସ୍ତ ଭୁବନେଶ୍ୱରବାସୀଙ୍କୁ ନିବେଦନ କରିଛନ୍ତି ।

ଏହି ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରର ବିକାଶ ଧାରାକୁ ଆଗେଇ ନେବାରେ ଆପଣମାନେ ସବୁ ସମୟରେ ସହଯୋଗ କରି ଆସିଛନ୍ତି ।ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଭୁବନେଶ୍ୱର ବେଶ ଜଣାଶୁଣା ।ଏହା ଲୋକଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, ଭୁବନେଶ୍ୱର ଏଥର ସ୍ୱଚ୍ଛ ସର୍ବେକ୍ଷଣ -୨୦୨୩ରେ ଭାଗ ନେଇଛି । ଭୁବନେଶ୍ୱର ବାସିନ୍ଦା ଭାବେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଭୁବନେଶ୍ୱର ସପକ୍ଷରେ ସିଟିଜେନ ଫିଡବ୍ୟାକ ଦେଇଛନ୍ତି ।

ସେ ସମସ୍ତଙ୍କୁ ଏସବିଏମ ଅର୍ବାନ ପୋର୍ଟାଲରେ ଭୁବନେଶ୍ୱର ସପକ୍ଷରେ ସିଟିଜେନ ଫିଡବ୍ୟାକ ଦେଇ ସର୍ବେକ୍ଷଣ ତାଲିକାରେ ରାଜଧାନୀକୁ ଶୀର୍ଷରେ ରଖିବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଥାଉ କି, ସ୍ୱଚ୍ଛ ସର୍ବେକ୍ଷଣ  ୨୦୨୨ରେ  ଶୀର୍ଷ ୧୦୦ ସହର ମଧ୍ୟରେ ଭୁବନେଶ୍ୱର ସମେତ ଓଡ଼ିଶାର ୧୦ ଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ୪ଟି ସହର ସ୍ଥାନ ପାଇଥିଲା ।  ରାଉରକେଲା ମ୍ୟୁନିସିପାଲିଟି ୪୫ ରାଙ୍କ ପାଇଥିବାବେଳେ ପୁରୀ ୫୮ ଏବଂ ଭୁବନେଶ୍ୱର ୮୦ ରାଙ୍କରେ ଥିଲା ।  ୨୦୨୨ ସର୍ବେକ୍ଷଣରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ଥିଲାବେଳେ ଛତିଶଗଡ ଏବଂ ମହାରାଷ୍ଟ୍ର ଯଥାକ୍ରମେ ୨ ଓ ୩ୟ ସ୍ଥାନରେ ଥିଲେ । ଏହି ସର୍ବେକ୍ଷଣରେ ଓଡ଼ିଶାର ସ୍ଥାନ ଥିଲା ୯ମରେ । ଏହାପୂର୍ବରୁ ୨ ଥର ଓଡ଼ିଶାର ରାଙ୍କ ୧୦ରେ ଥିଲା ।