Onn 3

ପାରିବାରିକ କଳହ : ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ; ଏମକେସିଜି ମେଡିକାଲରେ ଭର୍ତ୍ତି

Crime State

ବ୍ରହ୍ମପୁର : ପାରିବାରିକ କଳହକୁ ନେଇ ନେଇ ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ହାଣିଲା ପୁଅ । ପୋଲସରା, କବିସୂର୍ଯ୍ୟନଗର ଗୁଡ଼ିଆଳି ଗାଁରେ ଅଘଟଣ । ରାତିରେ ଶୋଥିବାବେଳେ ପରିବାରର ୪ଜଣଙ୍କୁ ଭୂଜାଲି ଧରି ହାଣିଲା ପୁଅ । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଗତକାଲି ରାତିରେ ପରିବାରରେ କଳହ ହୋଇଥିଲା । ପରେ ରାତିରେ ଶୋଇଥିବା ବେଳେ ନିଜ ବାପା, ମାଆ, ଭଉଣୀ ସମେତ ଭାଇ ବୋହୂକୁ ଆକ୍ରମଣ କରିଥିଲା ପୁଅ । ସେପଟେ ହଣାକଟା କରିବା ପରେ ପୁଅ ଘର ଛାଡି ଫେରାର ହୋଇଥିବା ସୂଚନା ରହିଛି ।