Onn 3

୨୩ ବର୍ଷରେ ଓଡ଼ିଶାର ସ୍ୱାସ୍ଥ୍ୟର ଭିତ୍ତିଭୂମି ନାହିଁ : ଶରତ ପଟ୍ଟନାୟକ

Politics State

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନୂଆ କୀର୍ତ୍ତିମାନକୁ ନେଇ ତେଜିଲା ରାଜନୀତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ଏହାକୁ କଟାକ୍ଷ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ ଆଣି ପ୍ରଶ୍ନ କରିଛନ୍ତି, ଏକବିଂଶ ଶତାବ୍ଦୀରେ ଓଡ଼ିଶା ଯେଉଁ ସ୍ଥାନରେ ପହଞ୍ଚିବା କଥା, ପହଞ୍ଚି ପାରିଛି କି ? ୨୩ ବର୍ଷରେ ଓଡ଼ିଶାର ସ୍ୱାସ୍ଥ୍ୟର ଭିତ୍ତିଭୂମି ନାହିଁ । ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ।

ଜ୍ୟୋତି ବସୁ ରେକର୍ଡ କରିବା ପରେ ତାଙ୍କ ସରକାର ଭାଙ୍ଗିଥିଲା । ଏବେ ଜ୍ୟୋତି ବସୁଙ୍କ ରେକର୍ଡ ନବୀନ ଭାଙ୍ଗିବା ପରେ ଓଡ଼ିଶାରେ ସରକାର ଭାଙ୍ଗିବ ବୋଲି ପିସିସି ସଭାପତି କହିଛନ୍ତି ।