Onn 3

ଅପରାଜିତାଙ୍କ ଗସ୍ତବେଳେ ହଟହଟା ହେଲା ବିଜେଡି

Politics State

ଭୁବନେଶ୍ୱର:ଆଣିଥିଲେ ବିରୋଧ କରିବାକୁ  । ହେଲେ ସେମାନେ ସମ୍ବର୍ଦ୍ଧନା, ସ୍ୱାଗତରେ ପୋତି ଦେଲେ । ହୁଳହୁଳି ଆଉ ଫୁଲ ପକାଇ ସେମାନଙ୍କୁ ପାଛୋଟି ନେଲେ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଗସ୍ତ ସମୟରେ ।

ଗତକାଲି ଅପରାହ୍ନରେ ସହିଦ ନଗର ରମାଦେବୀ କଲେଜ ସାମ୍ନା Fancy ମାର୍କେଟର ସଦସ୍ୟମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ବିଭିନ୍ନ ସମସ୍ୟା ଜଣାଇବା ସହ ଅଞ୍ଚଳ ପରିଦର୍ଶନ ପାଇଁ ଅନୁରୋଧ କରିଥିଲେ  । ଅପରାଜିତା ମଧ୍ୟ ରାଜି ହୋଇଥିଲେ ।

ହେଲେ ରାତି ୧୧ଟା ବେଳେ ବିଜେଡି ସ୍ଥାନୀୟ ନେତୃତ୍ୱ ଉଠା ଦୋକାନୀ ବନ୍ଧୁମାନଙ୍କୁ ଧମକଚମକ  ଅପରାଜିତା ଷଡ଼ଙ୍ଗୀଙ୍କ ଆଗମନକୁ ବିରୋଧ କରିବା ପାଇଁ ଚାପ ପ୍ରୟୋଗ କରିଥିଲେ । ଅବଶ୍ୟ ଏଥିରେ ସେ  ବିଫଳ ହୋଇଥିଲେ  ।

ଆଜି ସକାଳେ ଅପରାଜିତା ନିଜ କଥା ରଖି ୱାର୍ଡ ପରିଦର୍ଶନରେ ଆସିଥିଲେ । ଅପରାଜିତା ଆସିବା ପୂର୍ବରୁ ଆଜି ସକାଳେ ସ୍ଥାନୀୟ କିଛି ବିଜେଡି ନେତା ଅପରାଜିତାଙ୍କୁ  ବିରୋଧ ପାଇଁ କିଛି ମହିଳାଙ୍କୁ ଏକାଠି କରିଥିଲେ  । ହେଲେ ସେହି ମହିଳାମାନେ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଖି ବିରୋଧ କରିବା ପରିବର୍ତ୍ତେ ହୁଳହୁଳି ଏବଂ ଜିନ୍ଦାବାଦ କରି ସ୍ବାଗତଂ କରିଥିଲେ  । ଅବଶ୍ୟ କିଛି ଲୋକ ଅପରାଜିତାଙ୍କୁ ବିରୋଧ କରି ଗୋ ବ୍ୟାଙ୍କ ଅପରାଜିତ ବୋଲି ନାରା ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ମହିଳା ଓ ଅନ୍ୟମାନେ ଅପରାଜିତାଙ୍କୁ ସ୍ୱାଗତ କରିଥିଲେ ।

ଏଭଳି ସ୍ଥିିତି ଦେଖି ଉପସ୍ଥିତ ଥିବା ବିଜେଡି ନେତୃବୃନ୍ଦ ଲୋକହସା ହେବା ସହ ସେଠାରୁ ପଳାଇ ଯାଇଥିଲେ ।

ଏହି ଗସ୍ତ ଅବସରରେ ସାଂସଦ ଉଠାଦୋକାନୀମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା କଥା । ଏହାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି । ଉଠା ଦୋକାନୀମାନେ ନ ରହିଲେ ଆମ ସହରରର ଅର୍ଥ ବ୍ୟବସ୍ଥର ଭୁଶୁଡି ପଡିବ । ସେମାନଙ୍କ ପାଇଁ ଆମେ ଭଲରେ ରହିଛୁ ବୋଲି ସେ କହିଥିଲେ ।

ସାଂସଦ ଏହି ଅଞ୍ଚଳରେ ଲାଇଟ ଓ ଥଣ୍ଡା ପାନୀୟ ଜଳ ସମସ୍ୟାର ସମାଧାନ କରିବେ ବୋଲି ଉଠାଦୋକାନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ସମସ୍ୟା ବିଏମସି ମାଧ୍ୟମରେ କରାଇବାର ପ୍ରତିଶ୍ରୁତି ଦେଇଥିଲେ ।