Onn 3

ଓଟିପି ସେୟାରିଂ ମାମଲା: ଆସନ୍ତାକାଲିଠୁ ୫ ଦିନିଆ ରିମାଣ୍ଡରେ ଯିବ ପଠାଣିସାମନ୍ତ

Crime State

ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ । ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେବ ଏସଟିଏଫ। ରିମାଣ୍ଡ ସରିବା ପରେ ଝାରପଡା ଜେଲରେ ପଠାଣିସାମନ୍ତକୁ ଜେରା କରିବ ଏନଆଇଏ ।

ସୂଚନାଯୋଗ୍ୟ, ସିଲିଗୁଡ଼ି ଥାନାରେ ପଠାଣି ସାମନ୍ତ ନାଁରେ ପୂର୍ବରୁ ମାମଲା ରହିଛି। ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣି ସାମନ୍ତକୁ ଏନଆଇଏ ଜେରା କରିବ ବୋଲି ଜଣାଯାଇଛି। ପଠାଣି ସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରଙ୍କୁ ମୁହାଁମୁହିଁ ଜେରା ହୋଇପାରେ। ଆହୁରି ମଧ୍ୟ ପଠାଣିସାମନ୍ତଙ୍କୁ ପଶ୍ଚିମବଙ୍ଗରେ ସିମ ଦେଉଥିବା ଅନ୍ୟ ଜଣେ ଅଭିଯୁକ୍ତି ଧରାପଡ଼ିଛି। ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ ଏସଟିଏଫ । ହନିଟ୍ରାପ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ ନେଇ ଅଧିକ ପଚରାଉଚରା ହୋଇପାରେ। ପୂର୍ବରୁ ଏ ନେଇ ଏସଟିଏଫ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି। ଅଭିଯୁକ୍ତଙ୍କୁ ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ ଜେରା କରିସାରିଛି। ଅଭିଯୁକ୍ତମାନେ ମ୍ୟୁଲ ଆକାଉଣ୍ଟ ଓ ପ୍ରି ଆକ୍ଟିଭେଟ ସିମ ଜରିଆରେ କାରବାର ଚଳାଇଥିଲେ। ଓଡ଼ିଶା ଏସଟିଏଫ ଅଭିଯୁକ୍ତଙ୍କୁ ଧରିବା ପରେ ପୁରା ଘଟଣାରୁ ଗୁମର ଖୋଲୁଛି।