Onn 3

ଆରମ୍ଭ ହେଲା ଶିବଙ୍କ ଉପରେ ଜଳଲାଗି ପର୍ବ

State

ବୋଲବମ୍ ଯାତ୍ରୀଙ୍କର ଡିଭୋସନଠୁ ଫେସନ ଅଧିକ

ଆଗରପଡ଼ା: ବର୍ତ୍ତମାନ ପରିପ୍ରେକ୍ଷୀରେ ଅଧିକାଂଶ ବୋଲବମ୍ ଯାତ୍ରୀଙ୍କର ଭଗବାନ ଶିବଙ୍କ ପ୍ରତି ଡିଭୋସନ (ଭକ୍ତି) ନହୋଇ ଫେସନରେ ପରିଣତ ହେଲାଣି ବୋଲି ବହୁ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷମାନେ ମତ ପ୍ରକାଶ କରୁଛନ୍ତି । ପବିତ୍ର ଶ୍ରାବଣ ମାସରେ ଶିବଙ୍କ ଉପରେ ଜଳଲାଗି କଲେ କୋଟିପୁଣ୍ୟ ମିଳିଥାଏ ବୋଲି କୁହାଯାଏ । ମାସ ଯାକ ଆମିଷ ଭକ୍ଷଣ ନକରି ଅରୁଆ ଅନ୍ନ ଭକ୍ଷଣ କରି, ନଦୀରୁ ପାଣି ଉଠାଇ, ଖାଲିପାଦରେ ଚାଲିଚାଲି ଯାଇ, ଶେଷରେ ଶିବଙ୍କ ଉପରେ ଜଳ ଢ଼ଳା ଯାଇଥାଏ । ମାତ୍ର ବର୍ତ୍ତମାନ ସେହି ନୀତିନିୟମ ବଦଳିଗଲାଣି ପରି ଲାଗୁଛି । ମାସଯାକ ଆମିଷ ଭକ୍ଷଣ କରି କୌଣସି ନିଷ୍ଠାରେ ନରହି ଅଧିକାଂଶ କାଉଡ଼ିଆ ଜଳଲାଗି କରୁଛନ୍ତି । ଶିବ ଗଞ୍ଜେଇ ଟାଣୁଥିଲେ ବୋଲି ଏହାକୁ ନ ଟାଣିଲେ ଭକ୍ତିଭାବ ଆସିବ ନାହିଁ ବୋଲି ବୋଲବମ୍ ଯାତ୍ରୀମାନେ କହୁଛନ୍ତି ।

ଦୁଇ ଚାରିଜଣ ମିଶିଲେ ଓ ଅନ୍ୟମାନଙ୍କୁ ଏଥିରେ ସାମିଲ କରି କାଉଡ଼ିଆ ସାଜି ଜଳଲାଗି କରିବାପାଇଁ ବାହାରୁଛନ୍ତି । କୌଣସି ଭକ୍ତିର ମାନସିକତା ନଥାଇ, ଅଧିକାଂଶ ସଉକରେ ଏହା କରୁଥିବାର ଜଣାପଡ଼ିଛି । ପୁରୀ, ଭୁବନେଶ୍ୱର ଆଦି ସ୍ଥାନ ଗଲେ, ସେଠାରୁ ବୁଲାବୁଲି କରି ପୁଣି ଫେରିଲେ । ବଜାରରେ ମିଳୁଛି ବୋଲବମ୍ ମୁଦ୍ରିତ ଶିବଲିଙ୍ଗ ଚିତ୍ରିତ ପୋଷାକ ଓ ବାଉଙ୍ଗୀ । ଏସବୁକୁ ଧରି ବେଶଭୂଷା ପରିପାଟୀରେ ସଜ୍ଜିତ ହୋଇ ବୋଲବମ୍ ସାଜିବାକୁ ପଡ଼ୁଛି । ତେଣୁ ବୋଲବମ୍ ଯାତ୍ରୀଙ୍କର ଡିଭୋସନ ଠାରୁ ଫେସନ ଅଧିକ ବୋଲି କୁହାଯାଉଛି । କିନ୍ତୁ ଅନେକ ଯାଉଛନ୍ତି ଭକ୍ତିର ମାନସିକତାକୁ ନେଇ ତଥା ନିଜର ମାନସିକ ପୂରଣ କରିବାକୁ । ସେମାନଙ୍କର ଏକମାତ୍ର ଲୟ ରହୁଛି ପ୍ରଭୁ ଶିବଙ୍କ ଉପରେ । ମାସାଧିକ କାଳ ଭକ୍ତି ଓ ନିଷ୍ଠାରେ ରହି ବ୍ରତ ପାଳନ କରୁଛନ୍ତି । ଫଳପ୍ରାପ୍ତି ହେଉକି ନ ହେଉ ନଦୀର ପାଣି ଉଠାଇ ‘ଓଁ ନମୋଃ ଶିବାୟ’ କେବଳ ଉଚ୍ଚାରଣ କରି ଶିବଙ୍କ ଉପରେ ଜଳଲାଗି କରୁଛନ୍ତି ।

କିନ୍ତୁ ଅନ୍ୟପକ୍ଷରେ ଅନେକ ନିଶାଦ୍ରବ୍ୟ ସେବନକରି ବୋଲବମ୍ ଯାତ୍ରୀ ଅନ୍ୟକୁ ଅତିକ୍ରମ କରୁଥିବା ବେଳେ ସାଇଡ ବମ୍‌, ଗଛରୁ ପତ୍ର ଝଡ଼ି ପଡ଼ୁଛି, ତମକଥା ଭାରି ମନେପଡ଼ୁଛି ,ଗଞ୍ଜେଇ ବାବା ପାର କରେଗା ବୋଲି କହୁଥିବାର ଶୁଣିବାକୁ ମିଳୁଛି । ଏହିପରି ଅନେକ କଦର୍ଥ ଶବ୍ଦ ବ୍ୟବହାର କରୁଛନ୍ତି ଯାହାକି ଧାର୍ମିକ ଚେତନାଧର୍ମୀ ବ୍ୟକ୍ତିବିଶେଷଙ୍କୁ ଆଘାତ ଦେଉଛି ବୋଲି ମତାମତମାନ ମିଳୁଛି । ସେମାନଙ୍କ କହିବା କଥା ହେଲା – ଶିବଙ୍କ ଉପରେ ଜଳଲାଗି କରିବା ଏକ ଧାର୍ମିକ କାର୍ଯ୍ୟ କିନ୍ତୁ ନୀତିନିୟମକୁ ଉଲ୍ଲଙ୍ଘନ କରି ଉତ୍ସୃଖଂଳ ଭାବ ପ୍ରଦର୍ଶନ କରିବା ଆଦୌ ସମିଚୀନ ନୁହେଁ । ସେ ଯାହାହେଉ ଶ୍ରାବଣ ମାସ ସୋମବାରରେ ଧାଡ଼ିକରି ବୋଲବମ୍ ଯାତ୍ରୀ ଅତିକ୍ରମ କରିବା ଏକ ସ୍ୱତନ୍ତ୍ରତା ସେଥିରୁ ବାରିହୋଇପଡ଼େ ଓ ଏହାକୁ ଦେଖିଲା ପରେ ସ୍ୱତଃପ୍ରବୃତ୍ତ ଭାବେ ସମସ୍ତ ମନରେ ଏକ ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ ।