Onn 3

ଚିନ୍ମୟ ମିଶନ ପକ୍ଷରୁ ରକ୍ତଦାନ ଶିବିର

State

ବାରିପଦା: ବାରିପଦା ସହର ମଧୁବନ ସ୍ଥିତ ଚିନ୍ମୟ ମିଶନ ପକ୍ଷରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଚିନ୍ମୟ ଗୁରୁପାଦ ଆଶ୍ରମ ରେ ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l 51ୟୁନିଟ ସଂଗ୍ରହ ହୋଇ ପାରିଛି l

ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା କୃଷ୍ଣଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି , ସମ୍ମାନୀୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଜ୍ଞାନେନ୍ଦ୍ର ମହାନ୍ତି, ଓଡିଶା ରକ୍ତ ଭଣ୍ଡାର ବାରିପଦାର ଅଧିକାରୀ ଡା ସୌମ୍ୟରଞ୍ଜନ ନାୟକ, ମୟୁରଭଞ୍ଜ ସେଣ୍ଟ୍ରାଲ ବ୍ୟାଙ୍କ ବାରିପଦା ର ସଭାପତି ସୁବ୍ରମନ୍ୟବ ମହାନ୍ତି ସମ୍ମାନିତ, ଦେଉଲଡିହା ଚିନ୍ମୟ ମିଶନ ର ଆଚାର୍ଯ୍ୟ ବ୍ରହ୍ମଚାରୀ ଅନିକେତ ଚୈତନ୍ୟ, ଭଦ୍ରକ ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ନିରଞ୍ଜନ ଚୈତନ୍ୟ, ସାମ୍ବାଦିକ ବିଷ୍ଣୁକବି ଶତପଥି, ଡା ଶତ୍ରୁଘନ ବେହେରା, ପୂର୍ବତନ ନର୍ସିଂ ଡାଇରେକ୍ଟର ଡା ପ୍ରାଣକୃଷ୍ଣ ବେହେରା, ଅବସର ପ୍ରାପ୍ତ ଇନକମ ଟେକ୍ସ ଅଧିକାରୀ ତପନ ପଟ୍ଟନାୟକ ଯୋଗ ଦେଇ ଦେଇ ଦୀପ ପ୍ରଜ୍ଜଳନ କରି ଶିବିର ଉଦଘାଟନ କରିଥିଲେ l ଚିନ୍ମୟ ମିଶନର ସଭାପତି ବିଜୟ ଲେଙ୍କା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଆଇନଜୀବି ସତ୍ୟବ୍ରତ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ l

ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲର ସେବିକା ବାସନ୍ତୀ ବିଶ୍ୱାଳ ଓ ଜିଲ୍ଲା ଭିନ୍ନକ୍ଷେମ ପୁନର୍ବାସ କେନ୍ଦ୍ରର କୃତିମ ଅଙ୍ଗ ପ୍ରତିରୋପଣ ବିଶେଷଜ୍ଞ ବିପିନ ବିହାରୀ ବେହେରା ନିଷ୍ଠା ଓ ନିସ୍ଵାର୍ଥ ସେବା ପାଇଁ ଚିନ୍ମୟ ମିଶନ ତରଫରୁ ସମ୍ମାନୀତ କରାଯାଇଥିଲା l
ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ,ପ୍ରଦୀପ ଭଞ୍ଜଦେଓ, ସୁନୀଲ ନାୟକ, ଶର୍ମିଷ୍ଠା ପଣ୍ଡା, ସବ୍ୟସଚ୍ଚି ପଲେଇ, ସତ୍ୟବ୍ରତ ଦ୍ବିବେଦୀ, ଯୋଶୀକା ମହାନ୍ତି, କୁଲୁ ମହାକୁଡ଼, ସପନ ଗୁପ୍ତା, ବିଶ୍ୱକର୍ମା ଡାକୁଆ ପ୍ରମୁଖ ରକ୍ତଦାନ କରିଥିଲେ l

କୋଷାଧକ୍ଷ ପ୍ରଦୀପ ମହାନ୍ତି, ଶ୍ରୀଧର ପରିଡା, ସହସମ୍ପାଦକ ଦାମନ ନାଏକ , ଗିରିଜା ଶଙ୍କର ମହାନ୍ତି, ଶକୁନ୍ତଳା ପାଲ ସମାଜସେବୀ ନିରୋଜ ପୁଥାଳ, ଭାସ୍ବତୀ ବାରିକ, ଓମ ସାଇପ୍ରକାଶ ମହାନ୍ତି, ବିବେକାନନ୍ଦ ଦାସ ଲଷ୍ମୀ ପାଣି, ସୁରାତିବାଳା ଦାସ, ପ୍ରୋମଦିନି ପଟ୍ଟନାୟକ, ଶାନ୍ତିଲତା ସିଂ, କବିତା ଦାସ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ l ଏହି ଶିବିର ସହଯୋଗ କରିଥିବା ହେତୁ ସମ୍ପାଦକ ଅଜିତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି