Img 20250127 Wa0058

ଇଉଫୋରିଆ ଆୟୋଜନ କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

State

ବାରିପଦା:  26 ତମ ରାଜ୍ୟ ସ୍ତରୀୟ ଇଣ୍ଟର କଲେଜ ସଂସ୍କୃତିକ ମୋହତ୍ସବ ଇଉଫରୀୟା ର ରୂପରେଖ କୁ ନେଇ ଚୂଡାନ୍ତ ସଭା ସଭାପତି ତାପସ ପାଢ଼ୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି l ଆସନ୍ତା ପେବୃଆରୀ ମାସ 6,7,8,9 ଚାରି ଦିନ ଧରି ବାରିପଦା ର ସହିତ ସ୍ମୃତି ଭବନ ଠାରେ ଏହି ମୋହତ୍ସବ ଅନୁଷ୍ଠିତ ହେବ l ରାଜ୍ୟ ତମାମ ବହୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏଠାରେ ଅଂଶଗ୍ରହଣ କରିବା ପାଇଁ ତାଙ୍କର ସହମତି ପ୍ରଦାନ କରିଛନ୍ତି l ବିଭିନ୍ନ ପର୍ଯ୍ୟାୟ ରେ 24 ଗୋଟି ପ୍ରତିଯଗିତା ହେବାର ସ୍ଥିର କରାଯାଇଅଛି l ସବୁ ବର୍ଷ ଭଳି ପ୍ରତେକ ଦିନ ସନ୍ଧ୍ୟାରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହେବ ତତସହିତ ଅନ୍ତିମ ସନ୍ଦ୍ୟା ରେ ଓଡ଼ିଆ ଚଳଚିତ୍ର ଜଗତ ର ପ୍ରଛଦ ପଟ ଗାୟକ ସୌରଭ ଭରଦ୍ୱାଜ ଙ୍କୁ ଏହି ମଞ୍ଚ ରେ ଦେଖିବା ପାଇଁ ମିଳିବ l ଏହି ସଭାରେ ଆୟୋଜକ କମିଟି ର ସମସ୍ତ ପଦାଧିକାରୀ ଏବଂ କର୍ମକର୍ତା ମାନେ ଉପସ୍ଥିତ ଥିଲେ ବୋଲି ସାଂସ୍କୃତିକ ସମ୍ପାଦକ ରାକେଶ ବେହେରା ଜଣାଇଛନ୍ତି l