Onn 3

ପୁରୀ ସମୁଦ୍ରରେ ବୁଡ଼ିଯାଉଥି ବେଳେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

State

ପୁରୀ : ପୁରୀ ସମୁଦ୍ରରେ ଆଜି ବୁଡ଼ିଯାଉଥି ବେଳେ ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ପୁରୀ ସମୁଦ୍ରର ୭ ନମ୍ବର ସେକ୍ଟରରେ ଆଜି ଅପରାହ୍ନରେ ଉକ୍ତ ପର୍ଯ୍ୟଟକ ଗାଧୋଉଥିଲେ ।

ହଠାତ୍‌ ସେ ଲହଡିରେ ଭାସିଯାଇ ବୁଡ଼ି ଯାଉଥିବା ବେଳେ ଜଣେ ଲାଇଫଗାର୍ଡ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ଉଦ୍ଧାର ପର୍ଯ୍ୟଟକ ହେଲେ ଉତ୍ତରପ୍ରଦେଶ ଆଜମଗଡର ୨୨ ବର୍ଷୀୟ ଆଶିଷ ଯାଦବ ।