Onn 3

ମୟୁରଭଞ୍ଜ ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

State
ଆନୁମାନିକ ମୋଟ 4,06,000 ହେକ୍ଟର ଜମିରେ ଖରିଫ ଫଷଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ, ବାରିପଦା ତା 15-07-2023 ରିଖ
ବାରିପଦା :  ମୟୁରଭଞ୍ଜ ଜିଲ୍ଲାରେ ଚଳିତ 2023ଖରିଫ ଫସଲ ଚାଷ ପାଇଁ ଜିଲ୍ଲା ସ୍ତରୀୟ କୃଷିନୀତି ନିର୍ଦ୍ଧାରଣ କମିଟି ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ ସେଣ୍ଟର ଠାରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକ ରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରବି ନାରାୟଣ ପଣ୍ଡା , ଉଦ୍ୟାନ କୃଷି ଉପନିର୍ଦେଶକ ରମାକାନ୍ତ ଗିରି ଜଳଛାୟା ପ୍ରକଳ୍ପ ନିର୍ଦେଶକ, ଡି ଆର ସି ଏସ, କୃଷ୍ଣ ଚନ୍ଦ୍ର ଦାସ ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼. ସଂଘମିତ୍ରା ପଟ୍ଟନାୟକ ପ୍ରମୁଖ ଙ୍କ ସମେତ ଡ଼ିଡ଼ିଏମ ନାବାର୍ଡ ଶ୍ରୀ ସ୍ମୃତି ରଞ୍ଜନ ପଟ୍ଟନାୟକ , ଏଲ ଡି ଏମ, ଶ୍ରୀ ଶିବ ପ୍ରସାଦ ଚୌଧୁରୀ,ଜିଲ୍ଲାର ସମସ୍ତ କୃଷି ଅଧିକାରୀ, ସମ୍ପୃକ୍ତ ଲାଇନ ବିଭାଗ ର ପଦାଧିକାରୀ ଯୋଗ ଦେଇ ଜିଲ୍ଲାର କୃଷି ଭିତ୍ତିକ ଚଳିତ ଖରିଫ ଫସଲ 2023 ଏବଂ ରବି ଫସଲ 2022-23 ର କାର୍ଯ୍ୟ ଖସଡ଼ା ସମ୍ପର୍କ ରେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।
ସବିଶେଷ ଆଲୋଚନା କରାଯାଇ ଜିଲ୍ଲରେ ଥିବା ଜଳସେଚନ ପ୍ରକଳ୍ପ ଉତ୍ସ ର ଉପଯୋଗୀତା କୁ ଆଧାର କରି ଆନୁମାନିକ ମୋଟ 4,06,000 ହେକ୍ଟର ଜମି ରେ ବିଭିନ୍ନ ଖରିଫ ଫସଲ ଚାଷ ପାଇଁ ଧାର୍ଯ୍ୟ କରାଯାଇଛି । ଏଥିରେ ଧlନ 2,83,000 ହେକ୍ଟର, ମକା 4850 ହେକଟର, ମାଣ୍ଡିଆ 3403 ହେକ୍ଟର, ଅନ୍ୟାନ୍ୟମାଣ୍ଡିଆ ଜାତୀୟ 620 ହେକ୍ଟର, ଅନ୍ୟାନ୍ୟ ଡାଲି ଜାତୀୟ 37,113 ହେକ୍ଟର, ତୈଳବିଜ 6535 ହେକଟର, ତନ୍ତୁ ଜାତୀୟ,919 ହେକଟର, ପନିପରିବା 56,778 ହେକଟର ଓ ମସଲା ଜାତୀୟ 13824 ହେକ୍ଟର ଜମିରେ ଫସଲ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି.ସେହିପରି 15986 କୁଇଣ୍ଟାଲ ବିହନ ଓ 43800 ମେଟ୍ରିକ ଟନ  ସାର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୈଠକ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପଣ୍ଡା ସମସ୍ତ ଙ୍କୁ ସ୍ୱାଗତ ଜଣାଇ ଜିଲ୍ଲା କୃଷି ବିଭାଗ ଯୋଜନା କାର୍ଯ୍ୟ ସୂଚୀ ଉପରେ ପ୍ରଥମେ ଚଳିତ 2023 ଖରିଫ ଫସଲ ଚାଷ ସମ୍ପର୍କିତ ଯଥା ଜିଲ୍ଲାର ବୃଷ୍ଟିପାତ, ବିଭିନ୍ନ ଫଳ ଚାଷ ଓ ଉତ୍ପାଦନର ସ୍ଥିତି, ବିଭିନ୍ନ ପ୍ରକାର ସାରର ପ୍ରୟୋଗ, ବିଭିନ୍ନ କୃଷି ଯନ୍ତ୍ରପାତି ର ଉପଯୋଗ, କୃଷି ଋଣ ସହାୟତା, ରାଷ୍ଟ୍ରୀୟ କୃଷିବିକାଶ ଆଦି ଯୋଜନା ଉପରେ ସମୀକ୍ଷା ମୂଳକ ଆଲୋଚନା କରିଥିଲେ । ବୈଠକ ରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଜିଲ୍ଲାର ସମସ୍ତ କୃଷି ଭିତ୍ତିକ କାର୍ଯ୍ୟକ୍ରମ ରେ ଚାଷୀ ମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ କ୍ଷେତ୍ର ପ୍ରଦର୍ଶନୀଫସଲ ଚାଷ ଓ କୃଷି ଭିତ୍ତିକ ବିଭିନ୍ନ ଫସଲ  ଚାଷ ଦିଗରେ ଦୃଷ୍ଟି ଦେଇ ଜିଲ୍ଲlରେ ଆୟୋଜନ କରାଯାଉଥିବା ସମସ୍ତ କର୍ମଶାଳା ରେ ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ନିର୍ଦେଶ ଦେଇଥିଲେ. ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ରାଷ୍ଟ୍ରୀୟ କୃଷିବିକାଶ ଯୋଜନା, ବଳରାମ ଯୋଜନା ଓ ଫସଲ ବୀମା ଯୋଜନା କାର୍ଯ୍ୟକ୍ରମ ର ସଫଳ ରୂପାୟନ ଦିଗରେ ଧ୍ୟାନ ଦେବା ସହିତ କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ଲକ୍ଷ ଧାର୍ଯ୍ୟ ଥିବା ରିହାତି ରେ ଗଭୀର ନଳକୂପ ଖନନ, ବିଭିନ୍ନ କୃଷି ଯାନ୍ତ୍ରିକ ଉପକରଣ ଏବଂ କୃଷି ଉଦ୍ୟୋଗ ବିକାଶ ପାଇଁ ଉଦିଷ୍ଟ ଥିବା ସୁବିଧା ସୁଯୋଗ ଆଦି ସମସ୍ତ କାର୍ଯ୍ୟକ୍ରମ ସମ୍ପୃକ୍ତ ବିଭାଗ ଗୁଡିକ ର ସମନ୍ୱୟ ରେ ତରାନ୍ୱିତ କରିବାକୁ ଗୁରୁତ୍ୱା ରୋପ କରିଥିଲେ ।
ଏଥି ସହିତ ବୈଠକ ରେ 32 ତମ କୃଷି ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା )ଯୋଜନା କାର୍ଯ୍ୟକ୍ରମ ଉପରେ ଉପସ୍ଥାପିତ କାର୍ଯ୍ୟ ଖସଡ଼ା ସମ୍ପର୍କ ରେ ସବିଶେଷ ଆଲୋଚନା କରାଯାଇ 2022-23ବର୍ଷର ଖରିଫ ଫସଲ କାର୍ଯ୍ୟକ୍ରମ ରେ ଚାଷୀମାନଙ୍କ କୃଷି ଭିତ୍ତିକ ଦକ୍ଷତା ବିକାଶ ପାଇଁ ପ୍ରସ୍ତାବିତ ଯୋଜନା ଅଟକଳ ଅନୁମୋଦନ ନିମନ୍ତେ ନିଷ୍ପତି ନିଆଯାଇଥିଲା ।
ଅନୁଷ୍ଠିତ କାର୍ଯ୍ୟକ୍ରମ କୁ କୃଷି ଅଧିକାରୀ ମଧୁସ୍ମିତା ଜେନା ଓ ସୁଧାଂଶୁ ଶେଖର ପଣ୍ଡା ପରିଚାଳନା କରିଥିଲେ ଏବଂ ପରିଶେଷରେ କୃଷି ଜିଲ୍ଲା ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ।