Onn 3

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ବାଘ, ଘଡିଆଳ ଦେଇ ଆଣିବେ ଗିବନ ଓ ଚିତାବିରାଡ଼ି

State

ଭୁବନେଶ୍ୱର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଆସିବେ ଗିବନ ଓ ଚିତାବିରାଡି । ବାଘ ଓ ଘଡିଆଳ ବଦଳରେ ଆସିବେ ଏହି ଗିବନ ଓ ଚିତାବିରାଡି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାମ ୨ଟି ହୁଲକ ଗିବନ ଓ ଦୁଇଟି ଚିତାବିରାଡି ଆଣିବ । ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗର ପ୍ରାଣୀ ଉଦ୍ୟାନରୁ ଏହି ଜନ୍ତୁ ଆସିବେ  । ପ୍ରତିବଦଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଦୁଇଟି ବାଘ ଓ ତିନୋଟି ଘଡିଆଳ କୁମ୍ଭୀର । ଇଟାନଗର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡକ୍ଟର ସୋରାଙ୍ଗ ତଡ଼ାପ ନନ୍ଦନକାନନରେ ପହଞ୍ଚି ପୂର୍ବରୁ ହୋଇଥିବା ଚୁକ୍ତିପତ୍ରରେ ସ୍ୱାକ୍ଷର କରି ଦୁଇଟି ବାଘ ଓ ୩ ଘଡ଼ିଆଳ କୁମ୍ଭୀରଙ୍କୁ ଗ୍ରହଣ କରିଛନ୍ତି ।

ନନ୍ଦନକାନନରୁ ଯିବେ ସୋହିନୀ ଓ ରକି । ଏମାନଙ୍କୁ ସ୍ୱତନ୍ତ୍ର ଜନ୍ତାରେ ରଖି ଏକ ଟ୍ରକରେ ନେଇ ଇଟାନଗର ଯିବେ ନନ୍ଦନକାନନର ୬ଜଣିଆ ଟିମ । ସେଠାରେ ପହଞ୍ଚିବା ପରେ ଇଟାନଗର ପ୍ରାଣୀ ଉଦ୍ୟାନରୁ ଦୁଇଟି ଗିବନ ଓ ଦୁଇଟି ଚିତାବିରାଡିକୁ ଆଣିବେ । ଏମାନଙ୍କୁ ଆଣିବା ପାଇଁ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଉଛି ।

ନାଲି ରଙ୍ଗର ସୋହିନୀ ୨୦୨୧ ଏପ୍ରିଲ ୧୪ ତାରିଖରେ ଜନ୍ମଲାଭ କରିଥିଲା । ରକି ୨୦୨୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘର ସେଫ୍‌ର ମିଳନରୁ ଜନ୍ମଲାଭ କରିଥିଲା।