Onn 3

ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା

State

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ଜୁଲାଇ ୧୩ ଗୁରୁବାର ଥିଓରୀ ପରୀକ୍ଷା ଦେବେ ଏବଂ ଜୁଲାଇ ୧୪ ଶୁକ୍ରବାର ପ୍ରାକ୍ଚିକାଲ ପରୀକ୍ଷା ଦେବେ। ଏଥିପାଇଁ ରାଜ୍ୟରେ ୩୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏ କେନ୍ଦ୍ର ହୋଇଥିବା ବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏ କେନ୍ଦ୍ର କରାଯାଇଛି। ପରୀକ୍ଷାର ସୁପରିଚାଳନା ଲାଗି ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ପରୀକ୍ଷା କେନ୍ଦ୍ରଗୁଡିକରେ ଗାଇଡଲାଇନ ଦିଆଯାଇଛି। ୨୦୨୦ ପର୍ଯ୍ୟନ୍ତ ପଞ୍ଜିକୃତ ହୋଇଛିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯିବ। ଯେଉଁମାନେ ୨୦୨୧ରେ ରେଜିଷ୍ଚର କରିଛନ୍ତି ସେମାନଙ୍କୁ ରେଗୁଲାର୍ ପ୍ରଶ୍ନପତ୍ର ଦିଆଯିବ। ରୀକ୍ଷା ଦାୟିତ୍ବରେ ନ ଥିବା କୌଣସି ବ୍ୟକ୍ତିଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମ୍‌ସ ଇ-ସ୍ପେସ୍‌ରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଉପଲବ୍ଧ କରାଯାଇଛି। ଏବର୍ଷ ପାଖାପାଖି ଏକ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ମେ ୩୧ରେ ଏବଂ କଳା ଓ ଧନ୍ଦାମୂଳକ-ଶିକ୍ଷା ଫଳ ଜୁନ ୮ ରେ ପ୍ରକାଶ ପାଇଥିଲା। ଗୋଟିଏ ବିଷୟରେ ଫେଲ୍ ପରୀକ୍ଷାର୍ଥୀ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେଉଛନ୍ତି।