Onn 3

ଋଣ ଅଫର କରୁଥିବା ୪୨ଟି ଆପକୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗୁଲ

National & International

ନୂଆଦିଲ୍ଲୀ: ଗୁଗୁଲ୍ ଏହାର ପ୍ଲେ ଷ୍ଟୋରରୁ ୪୨ଟି ଋଣ ପ୍ରଦାନକାରୀ ଆପକୁ ହଟାଇଦେଇଛି | ସେହିଭଳି ଆପଲ୍ ମଧ୍ୟ ଏଭଳି ୬ଟି ନକଲି ଋଣ ପ୍ରଦାନକାରୀ ଆପକୁ ଆପଲ ଷ୍ଟୋରରୁ ହଟାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଲୋନ ଆପ୍ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଥିଲା। ଆଉ ଏନେଇ ନିଜ ରାଜ୍ୟରେ ବାରମ୍ବାର ଅଭିଯୋଗ ଆସିବା ପରେ କର୍ଣ୍ଣାଟକ ସରକାର ଗୁଗୁଲକୁ ଏସବୁ ଆପ ହଟାଇଦେବାକୁ କହିଥିଲେ | ଏହାପରେ ଗୁଗୁଲ ଏହି ପଦକ୍ଷେପ ନେଇଛି | ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ଏଭଳି ଆପର ବିପଦକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏବେ ବି ପ୍ରାୟ ୮୦୦ ବେଆଇନ ଆପ୍ ସକ୍ରିୟ ଅଛି। ଏହି ସମସ୍ୟାର ସମାଧାନ କେବଳ ରାଜ୍ୟ ଦ୍ୱାରା ହୋଇପାରିବ ନାହିଁ କାରଣ କେନ୍ଦ୍ର ସରକାର ଏଭଳି ଆପକୁ ନିୟନ୍ତ୍ରଣ କରନ୍ତି |
ଗୁଗୁଲ ସହିତ ଆପଲ୍ ମଧ୍ୟ ଏହାର ଆପ୍ ଷ୍ଟୋର୍‌ରେ ସମାନ ସମସ୍ୟାର ସମ୍ମୁଖୀନ ହେଉଛି। ଅନେକ ଆଇଫୋନ୍ ବ୍ୟବହାରକାରୀ ଆପ୍ ଷ୍ଟୋରରୁ ନକଲି ଋଣ ଆପ୍ ଦ୍ୱାରା ହୋଇଥିବା ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି। କମ୍ପାନୀ ଗତ ସପ୍ତାହରେ ଆପ୍ ଷ୍ଟୋରରୁ ପ୍ରାୟ ୬ଟି ଋଣ ପ୍ରଦାନକାରୀ ଆପକୁ ହଟାଇ ଦେଇଛି |
ଗୁଗୁଲ୍ କିମ୍ବା ଆପଲ୍ ପରି ଟେକ୍ନୋଲୋଜି କମ୍ପାନୀଗୁଡିକ ପାଇଁ ଋଣ ଆପ୍ ମୁଣ୍ଡବିନ୍ଧାର କାରଣ ସାଜିଛି |ବିଗତ ତିନି ବର୍ଷ ମଧ୍ୟରେ ମହାମାରୀ ସମୟରେ ତୁରନ୍ତ ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ଟାର୍ଗେଟ କରି ଏକ ନକଲି ଋଣ ଆପ୍ ସୃଷ୍ଟି କରାଯାଇଥିଲା । ଏହି ନକଲି ଋଣ ପ୍ରଦାନକାରୀ ଆପମାନେ ଲୋକଙ୍କୁ ଅଳ୍ପ କିଛି ଟଙ୍କା ଋଣ ଯୋଗାଇ ଦେଇ ବହୁ ମାତ୍ରାରେ ଟଙ୍କା ଆଦାୟ କରିଥାନ୍ତି | ଯଦି କେହି ଟଙ୍କା ନ ଦିଅନ୍ତି ତେବେ ସେମାନଙ୍କ ପରିବାରର ସମ୍ପର୍କୀୟଙ୍କୁ ବାରମ୍ବାର ଫୋନ କରି ହଇରାଣ କରିଥାନ୍ତି | କେତେକ ଆପ ତ ବ୍ୟକ୍ତିଙ୍କ ଫଟୋକୁ ଦୂରପଯୋଗ କରି ଭାଇରାଲ ମଧ୍ୟ କରିଦେବାର ଧମକ ଦିଅନ୍ତି |