Onn 3

ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ କଳାକାର, ବାଲେଶ୍ୱରର ନାଟକ କଳାମଲ୍ଲୀ

Religion and Cult State

ବାରିପଦା: ସ୍ଥାନୀୟ ସହିଦ ଭବନରେ ସୁପରିଚିତ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ କୁମାର୍ସ କ୍ଲବ ଓ ରୂପାନ୍ତରର ମିଳିତ ସହଯୋଗରେ ଆୟୋଜିତ ତିନିଦିନିଆ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବାଲେଶ୍ୱରର କଳାକାର ନାଟ୍ୟସଂସ୍ଥା ଦ୍ୱାରା ନାଟକ କଳାମଲ୍ଲୀ ମଞ୍ଚସ୍ଥ ହୋଇଯାଇଛି I ସୁଶାନ୍ତ କୁମାର ଦାସଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ଶ୍ରୀତମ କୁମାର ସିଂହ, ଅଳଙ୍କାର ମୁଦୁଲି, ଅନିକେତ କାନୁନଗୋ, ଅମରନାଥ ଗୋଚ୍ଛାୟତ, କମଲ କିଶୋର ଗିରି, ନବୀନ କୁମାର ପାଣି, ପବିତ୍ର ମୋହନ ଦାସ, ପ୍ରଦ୍ୟୁମ୍ନ ମହାଳିକ, ଦିବ୍ୟମାନସ ଚାନ୍ଦ ଓ ଅମିତା ରାଣୀ ସିଂହ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ବେଳେ ବିକାଶ ଚନ୍ଦ୍ର ମହାନ୍ତି କଣ୍ଠଦାନ କରିଥିଲେ I ଜଗନ୍ନାଥ ସଂସ୍କୃତି ଉପରେ ଏକ ଗବେଷଣାତ୍ମକ ନାଟକ ଥିଲା କଳାମଲ୍ଲୀ I

ଭକ୍ତ ବଳରାମ ଦାସଙ୍କ ଭକ୍ତିର ପରୀକ୍ଷା କରିବାକୁ ଯାଇ ବିଭିନ୍ନ ଲୀଳା କରିଥିଲେ ପ୍ରଭୁ ଜଗନ୍ନାଥ I ଶେଷରେ ଗଜପତି ପ୍ରତାପରୁଦ୍ରଦେବ ତାଙ୍କୁ ଜଗନ୍ନାଥଙ୍କ ଶ୍ରେଷ୍ଠ ଭକ୍ତ ଭାବେ ଘୋଷଣା କରିଥିଲେ I ନାଟକଟି ଏତେ ଜୀବନ୍ତ ହୋଇଥିଲା ଯେ କିଛି କ୍ଷଣ ପାଇଁ ଦର୍ଶକମାନେ ପ୍ରଭୁଙ୍କ ଲୀଳାରେ ବିହ୍ଵଳ ହୋଇଯାଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାରିପଦା ମ୍ୟୁନିସିପାଲିଟିର ଯୁବ କାଉନସିଲର ଦେବାଶିଷ ପାତ୍ର ଦ୍ଵିତୀୟ ସନ୍ଧ୍ୟାର ନାଟକର ଶୁଭ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସ୍ବର୍ଗତ ତ୍ରିପାଠୀଙ୍କ ସହଧର୍ମିଣୀ ପ୍ରାଧ୍ୟାପିକା ଉଷସୀ ମିଶ୍ର, ନାଟକ ମହୋତ୍ସବର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ, ରୂପାନ୍ତରର ପ୍ରତିଷ୍ଠାତା ପରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I