Onn 3

ଓଟିପି ସେୟାରିଂ ମାମଲା : ଭୁବନେଶ୍ୱରରେ NIA ଓ ATS ଟିମ

Crime State

ଭୁବନେଶ୍ୱର : ଖାଲିବ ଓଟିପି ସେୟାରିଂ ସ୍କାମର ଗୁମର । ତଥ୍ୟ ଉଗାରିବ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍‌ ସଞ୍ଜୟ ଜମ୍ବୁରୀ । ତାକୁ ଆଜି ଜେରା କରିବ ମୁମ୍ବାଇ ATS ଓ ଏନଆଇଏ ଟିମ୍‌ । ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ମୁମ୍ବାଇର ଆଣ୍ଟି ଟେରରିଷ୍ଟ ସ୍କ୍ଵାଡ ଏବଂ ଏନଆଇଏ । ଆଜି STF କାର୍ଯ୍ୟାଳୟରେ ଅଭିଯୁକ୍ତକୁ ଅଭିଜିତ୍‌ ସଞ୍ଜୟ ଜମ୍ବୁରୀକୁ ଜେରା କରାଯିବ । ପଦାକୁ ଆସିବ ପାକିସ୍ତାନ ISIଙ୍କ ସହ ଆର୍ଥିକ କାରବାରର ଲିଙ୍କ।

ମୁମ୍ବାଇରୁ ଗିରଫ ଅଭିଜିତ ସଞ୍ଜୟ ଜୁମ୍ବେରକୁ ୪ଦିନିଆ ରିମାଣ୍ଡରେ ଆଣି ଜେରା ଚଳାଇଛି ଏସଟିଏଫ୍‌ । ତଦନ୍ତ ବେଳେ ଜଣା ପିଡିଛି, ଅଭିଜିତ ଜରିଆରେ ହେଉଥିଲା ଆଇଏସ ଆଇ ଫଣ୍ଡିଂ । ଓଡିଶାର ପଠାଣି, ପ୍ରୀତମଙ୍କ ସମେତ ୪ଜଣ ଅଭିଯୁକ୍ତ ପାଖକୁ ଆସିଥିଲା ଟଙ୍କା । ୨୦୧୮ଠାରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ । ପାକିସ୍ତାନର ଇଣ୍ଟିଲିଜେନ୍ସି ଆର୍ମି ଅଫିସର ସହ କଥା ସେ ହୋଇଥିଲା । ଅଭିଜିତକୁ ମିଶାଇ ମୋଟ ୫ଜଣଙ୍କୁ ଗିରଫ କରିଛି ଏସଟିଏଫ୍‌ । ସହିପରି ଏନ୍‌ଆଇଏ ଟିମ୍‌ ମଧ୍ୟ ତଦନ୍ତ ପାଇଁ ଓଡ଼ିଶା ଆସୁଥିବା ସୂଚନା ମିଳିଛି ।