Onn 3

୬ ସାଂଗଠନିକ ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା କଲେ ନବୀନ

Politics State

ଭୁବନେଶ୍ୱର: ସଂଗଠନକୁ ସୁଦୃଢ଼ କରୁଛି ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୬ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ୩ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ପ୍ରେସ୍ ଇସ୍ତାହାର ଜାରି କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ନୃସିଂହ ଚରଣ ସାହୁଙ୍କୁ ନବୀନ ନିଯୁକ୍ତି ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲା ସଭାପତି ହୋଇଛନ୍ତି ଅଶ୍ୱିନୀ କୁମାର ପାତ୍ର । ନିକଟରେ ପୂର୍ବତନ ସାଂସଦ ରବୀନ୍ଦ ଜେନା ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ରବୀନ୍ଦଙ୍କ ଇସ୍ତଫା ପରେ କିଏ ପରବର୍ତ୍ତୀ ଜିଲ୍ଲା ସଭାପତି ହେବ ତାକୁ ନେଇ ବେଶ୍ ଚର୍ଚ୍ଚା କରୁଥିଲେ ବିଜେଡି କର୍ମୀ ।

ଝିନ ହିକକା କୋରାପୁଟ ଜିଲ୍ଲା ବିଜେଡି ସଭାପତି ହୋଇଥିବା ବେଳେ ପ୍ରଭାସ କୁମାର ସିଂ ବରଗଡ଼, ହାଲୁ ମୁଣ୍ଡାରୀଙ୍କୁ ରାଉରକେଲା ଓ ରବି ସିଂଙ୍କୁ ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଏଥିସହ ଦେବୀ ପ୍ରସାଦ ଭୁଟିଆ ଢେଙ୍କାନାଳ ଜିଲ୍ଲା କାର୍ଯ୍ୟକାରୀ  ସଭାପତି ହୋଇଥିବା ବେଳେ ପ୍ରସାନ୍ତ ଗୁପ୍ତା କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଓ ସୁଶାନ୍ତ ମହାପାତ୍ର (ଜାପାନୀ) ହୋଇଛନ୍ତି ବରଗଡ଼ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ।