Onn 3

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟଅଫ ମାର୍କ; ରେଭେନ୍ସା ଆଗରେ

State

ଭୁବନେଶ୍ୱର: ପ୍ରକାଶ ପାଇଲା  ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ । ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି  ରେଭେନ୍ସା କଲେଜ । ସେହିପରି ଏଫଏମ କଲେଜ ୨ୟରେ ଥିବାବେଳେ ତୃତୀୟରେ ରହିଛି ବିଜେବି କଲେଜ । କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ରେଭେନ୍ସା କଲେଜରେ ବିଜ୍ଞାନରେ କଟଅଫ ମାର୍କ ୯୧.୬୭% ଥିବାବେଳେ ବାଣିଜ୍ୟରେ ୭୯.୨୦% ଓ କଳାରେ ୮୦ % ରହିଛି । ସେହିପରି  ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % ଥିବାବେଳେ ଭୁବନେଶ୍ୱର ବିଜେବି କଲେଜର ବିଜ୍ଞାନ କଟଅଫ ମାର୍କ ୮୯% ରହିଛି  । ଅନ୍ୟପକ୍ଷେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ କଲେଜରେ କଟଅଫ ମାର୍କ  ୮୯% ସହ ୪ର୍ଥ ସ୍ଥାନରେ ଥିବାବେଳେ ୫ମ ସ୍ଥାନରେ ରହିଛି ସୋର ୟୁଏନ୍ ଏବଂ କଟଅଫ ମାର୍କ ରହିିଛି  ୮୬.୮୩% ।

ସେହିପରି  ରାଉରକେଲା ସରକାରୀ କଲେଜର ବିଜ୍ଞାନ କଟଅଫ ମାର୍କ ୭୭.୩୩ ପ୍ରତିଶତ ରହିଛି । ବାଣିଜ୍ୟରେ ତୃତୀୟରେ ଥିବା  ବିଜେବି କଲେଜର କଟଅଫ ମାର୍କ ୭୩ ପ୍ରତିଶତ ରହିଛି । ୪ର୍ଥରେ  କଟକ ଜେକେବିକେ ଥିବାବେଳେ କଟଅଫ ମାର୍କ ରହିଛି  ୭୨.୨୦% ଏବଂ ୫ମରେ ରହିଛି କଟକ ଶୈଳବାଳା କଲେଜ ଏବଂ କଟଅଫ ମାର୍କ ରହିଛି ୭୨.୧୭% ।

+୨ କଳାରେ ରେଭେନ୍ସା କଟ୍‌ଅଫ୍‌ ସର୍ବାଧିକ ୮୦%  ଥିବାବେଳେ ୨ୟରେ ରାଉରକେଲା ସରକାରୀ କଲେଜ ୭୯%, ୩ୟ ଡିଏଭି ଟିଟିଲାଗଡ଼ ୭୮.୬୭% ,  ୪ର୍ଥରେ ଏଫ୍ଏମ୍ ବାଲେଶ୍ୱର ୭୮% ଏବଂ ୫ମରେ ଭବାନୀପାଟଣା କଲେଜ ୭୭.୫୦% ରହିଛି ।

 ପ୍ରଥମ କଟ୍ ଅଫରେ ୪,୧୨,୩୬୮ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । କଳାରେ ସର୍ବାଧିକ ୨,୫୩,୧୭୮ ଛାତ୍ରଛାତ୍ରୀ ଏବଂ ବିଜ୍ଞାନରେ ୧,୨୧,୦୨୩ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି ବାଣିଜ୍ୟରେ ୨୫ହଜାର ୧୬୮ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ପ୍ରଥମ କଟ୍ ଅଫରେ ୨ଲକ୍ଷ ୩ହଜାର ୫୪୩ ଛାତ୍ର ଏବଂ ୨ଲକ୍ଷ ୮ହଜାର ୭୭୮ ଛାତ୍ରୀଙ୍କୁ ଚୟନ କରାଯାଇଛି ।