Onn 3

ଜାତୀୟ ରଗଵିରେ ଚାମ୍ପିୟାନ ମହିଳା ଦଳକୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

State

ବାରିପଦା: ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ରଗବୀ ଚାମ୍ପିୟନସିପରେ ମୟୁରଭଞ୍ଜ ଜିଲ୍ଲାର ମହିଳା ଦଳ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରଗବୀ ମହିଳା ଦଳ ଉନ୍ନତ ଖେଳ ପ୍ରଦର୍ଶନ କରି ଦିଲ୍ଲୀଦଳ କୁ ହରାଇ ଚାମ୍ପିୟନ ହୋଇଛନ୍ତି। ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ମୟୂରଭଞ୍ଜ ଜିଲ୍ଲାର ମହିଳା ରଗବୀ ଦଳ ଗୁରୁବାର ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ଖେଳାଳିଙ୍କୁ ନେଇ ଓଡ଼ିଶାରୁ ଏକମାତ୍ର ଦଳ ଭାବରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଥିଲେ । ଦିଲ୍ଲୀର ବସନ୍ତକୁଞ୍ଜ ଠାରେ ଜୁଲାଇ 30 ତାରିଖ ଅନୁଷ୍ଠିତ ହୋଇଥିବା ଦିଲ୍ଲୀ ସେଭେନ୍ସ ଇଣ୍ଟର କ୍ଲବ ପ୍ରତିଯୋଗୀତା ରେ ଜିଲ୍ଳାର ଦୁଇଟି ରଗବୀ ଟିମ୍ କ୍ରୀଡା ପ୍ରଦର୍ଶନ କରିଥିଲେ I

ମୟୂରଭଞ୍ଜ ଜିଲ୍ଲାର ମହିଳା ଟିମ ଫାଇନାଲ ମ୍ୟାଚରେ ଦିଲ୍ଲୀକୁ ହରାଇ ଚାମ୍ପିୟନ ହୋଇଥିଲେ । ମହିଳା ଟିମର ଖେଳାଳୀ ସନ୍ଧ୍ୟାରାଣୀ ଟୁଡୁ ପ୍ରତିଯୋଗୀତାର ବେଷ୍ଟ୍ ପ୍ଲେୟାର ଭାବେ ଜାତୀୟ ସ୍ତରର ଟ୍ରଫି ଜିତି ଆଉ ଏକ ଗୌରବ ଆଣିଛନ୍ତି। ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ଟିମର ଏହି ବିଜୟକୁ ନେଇ ଖୁସି ବ୍ୟକ୍ତ କରିବା ସହ ଶୁଭେଛା ଜଣାଇଛନ୍ତି। ଏଥି ସହିତ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧତ କରିଥିଲେ। ଏହି ଅବସରରେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ ଦେବାଶିଷ ମାରାଣ୍ଡି , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ସମାଜସେବୀ ଅମର ସେଠୀ, ଉପଦେଷ୍ଟା ସୋମନାଥ ସିଂ ଓ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ପ୍ରମୁଖ ଶୁଭେଛା ଜଣାଇଛନ୍ତି।