Onn 3

ଆଜିଠୁ ଆରମ୍ଭ ହୋଇଛି ଓଜେଇଇ (OJEE) କାଉନସେଲିଂ

State

ଭୁବନେଶ୍ୱର : ଆଜିଠୁ  ଆରମ୍ଭ ହୋଇଛି ଓଜେଇଇ (OJEE) କାଉନସେଲିଂ। ଓଜେଇଇ ପକ୍ଷରୁ ବି. ଆର୍କ, ବି.ଟେକ୍‌, ବି.ପ୍ଲାନ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ସିଏ ପାଠ୍ୟକ୍ରମ ପାଇଁ  ଆଜିଠୁ ଆରମ୍ଭ ହେଉଛି କାଉନସେଲିଂ । ଛାତ୍ରଛାତ୍ରୀ  ଜୁଲାଇ ୧୨ତାରିଖ ଯାଏଁ ଚଏସ ଫିଲ କରି ପଞ୍ଜିକରଣ କରିବେ ଓ ୧୪ ତାରିଖରେ ଚଏସ ଲକିଂ କରିବେ। ୧୫ ତାରିଖ ସୁଦ୍ଧା ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବ ହେବ ବୋଲି ସୂଚନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ,  ପ୍ରଥମ ସିଟ୍‌ ଆଲର୍ଟମେଣ୍ଟ ତାଲିକା ୧୯ରେ ପ୍ରକାଶ ପାଇବ।  ଡକ୍ୟୁମେଣ୍ଟ ଭେରିଫିକେଶନ ୧୯ ରୁ ୨୩ ଯାଏଁ ହେବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ ସିଟ୍‌ରେ ନାମ ଲେଖାଇବା ପାଇଁ ଓଜେଇଇ କରିଥାଏ କାଉନସେଲିଂ।

ସୂଚନାଥାଉ କି, ମେ’ ୮ ତାରିଖରୁ  ଓଜେଇଇ ପରୀକ୍ଷା ଆରମ୍ଭ ହୋଇ  ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।    ଚଳିତ ବର୍ଷ ପରୀକ୍ଷା ୫୫ହଜାର ୯୭୯ ଛାତ୍ରଛାତ୍ରୀ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶକ୍ଷାନୁଷ୍ଠାନର ଏମବିଏ (MBA), ଏମ୍‌ସିଏ (MCA), ଏମ୍‌ଏସ୍‌ସି (MSC), ଏମ୍‌ଟେକ୍‌(MTECH), ଓ ଏମ୍‌ ପ୍ଲାନ୍‌ (MPLAN) ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ   ୪୮୭୮୩ ଜଣ  ରାଙ୍କ ପାଇଥିଲେ ।