Onn 3

ସତ୍ୟସାଧନ ବେଜ ବ୍ଲକ ବିଜେଡ଼ି ଯୁବ ସଭାପତି ମନୋନୀତ

Politics State

ଆଗରପଡ଼ା: ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତ ପୂର୍ବତନ ସରପଂଚ ସତ୍ୟସାଧନ ବେଜ ପୁନର୍ବାର ୩ୟ ଥର ପାଇଁ ବିଜୁ ଜନତା ଦଳ ବ୍ଲକ ଯୁବ ସଭାପତି ଭାବେ ମନୋନୀତ ହୋଇଛନ୍ତି । ସେହିପରି ଗୋପୀନାଥପୁର ପଂଚାୟତ ସମିତିସଭ୍ୟ ତଥା ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ ବିଜେଡ଼ି ଜିଲ୍ଲା ଯୁବ ଉପସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଯୁବନେତା ବିପିନ ବିହାରୀ ନାୟକ ପୁନର୍ବାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ଯୁବ ସଭାପତି ଭାବେ ମନୋନୀତ ହୋଇଥିବାର ଜଣାପଡ଼ିଛି ।

ସ୍ଥାନୀୟ ବିଧାୟକ ତଥା ପୂର୍ବତନ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ବିଧାୟକ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ,ରାଜ୍ୟ ବିଜେଡ଼ି ଯୁବ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା ପ୍ରମୁଖ ଦଳୀୟ ବରିଷ୍ଠ ନେତାଙ୍କୁ ନୂତନ ଭାବେ ମନୋନୀତ ହୋଇଥିବା କର୍ମକର୍ତ୍ତା କୃତଜ୍ଞତା ଜଣାଇଛନ୍ତି ।