Onn 3

ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଘଟଣା : ଅଭିଯୁକ୍ତକୁ ଗିରଫ କଲା ପୋଲିସ

Crime State

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟାର ଅଭିଯୁକ୍ତ ଗିରଫ । ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କ ହତ୍ୟାର ଅଭିଯୁକ୍ତ ରାମକୃଷ୍ଣ ମିଶ୍ରକୁ ଗିରଫ କରିଛି କେ. ନୂଆଗାଁ ଥାନା ପୋଲିସ । ହରିଦ୍ୱାର ପଳାଇଥିବା ବେଳେ ଝାରସୁଗୁଡ଼ା ବ୍ରଜରାଜନଗର ରେଲେଓ୍ଵ ଷ୍ଟେସନରୁ ତାକୁ ଗିରଫ କରାଯାଇଛି । ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସରେ ସେ ଖସି ପଳାଉଥିଲା ।

ଗତ ୨୦ ତାରିଖ ସନ୍ଧ୍ୟାରେ ଲଳିତ ମୋହନଙ୍କ ବୁଲେଟ୍‌ ଗାଡ଼ିକୁ ଧକ୍କା ଦେଇଥିଲା ଅଭିଯୁକ୍ତ ରାମକୃଷ୍ଣର କାର । ଲଳିତ ମୋହନ ନିଜ ଘର ଖମାରୀଗାଁକୁ ଫେରୁଥିବା ବେଳେ ବାଇକ୍‌କୁ ଦ୍ରୁତ ଗତିରେ ଧକ୍କା ଦେଇଥିଲା କାର୍‌ । ଏହାପରେ ରାସ୍ତାକଡ଼ରେ ଥିବା ନଡିଆ ଗଛରେ ପିଟି ହୋଇଥିଲା ଲଳିତଙ୍କ ବାଇକ୍‌ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିଜ କାରରେ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ରାମକୃଷ୍ଣ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାପରେ ବ୍ରହ୍ମପୁର ଷ୍ଟେସନରେ କାର୍‌ ଛାଡ଼ି ଫେରାର୍‌ ହୋଇଯାଇଥିଲା ରାମକୃଷ୍ଣ ମିଶ୍ର । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଅଭିଯୁକ୍ତକୁ ଗିରଫ କରିଥିଲା କେ. ନୂଆଗାଁ ଥାନା ପୋଲିସ । ତାକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରି ଦୁଇ ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ଆଣିଛନ୍ତି ଗଞ୍ଜାମ ପୋଲିସ ।