Onn 3

ଟ୍ରକକୁ ଧକ୍କା ଦେଲା ଓଏସଆରଟିସି ବସ୍: ୮ ଆହତ, ୩ ଗୁରୁତର

Crime State

କୁଚିଣ୍ଡା: ରାତି ବେଳେ ପୁଣି ବସ ଦୁର୍ଘଟଣାର ଶିକାର। କେନ୍ଦୁଝରରୁ ବଲାଙ୍ଗୀର ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି। ରାସ୍ତା କଡରେ ଟ୍ରକଟି ଛିଡା ହୋଇଥିବା ବେଳେ ବସଟି ପିଟି ହୋଇଯାଇଥିଲା। ତେଣୁ ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବାଇପାସ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ମୋଟ୍ ୮ ଜଣ ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ସୂଚନା ରହିଛି। ଆହତଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ଜମନକିରା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାତି ବେଳା ଓସଏଆରଟିସି ବସଟିର ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା। ଆଉ ବସଟିର ବେଗ ମଧ୍ୟ ଦ୍ରୁତ ଗତିରେ ଥିବାରୁ ଦୁର୍ଘଟଣା ଘଟିଛି। ଏବେ ପୁଲିସ ବସଟିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଆହତଙ୍କ ପରିଚୟ ପତ୍ର ସଂଗ୍ରହ କରି ପୋଲିସ ଏବେ ସେମାନଙ୍କ ପରିବାରକୁ ସୂଚନା ଦେଉଥିବା ଜଣାପଡ଼ିଛି।