Onn 3

ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ, ଧାନଘର ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

State

ଆଗରପଡ଼ା: ବିଭାଗୀୟ ଅଧିକାରୀଙ୍କ ଉଚ୍ଛାଶକ୍ତି ଏବଂ ପରସ୍ପରଙ୍କ ମଧ୍ୟରେ ସମନ୍ନୟର ଅଭାବ ଯୋଗୁଁ ପିଲାମାନେ ଠିକ୍ ଭାବରେ ଶିକ୍ଷା ଲାଭ କରିବାରୁ ବଂଚିତ ହେବା ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବିଟିପୁର ପଂଚାୟତ ଅନ୍ତର୍ଗତ ଧାନଘର ଠାରେ ପ୍ରତିଷ୍ଠିତ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଠାରେ । ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରତିଷ୍ଠାକୁ ଦୀର୍ଘ ୧୫ ବର୍ଷ ବିତିବା ପରେ ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭର ସୁଯୋଗ ପାଇଥିବା ଛାତ୍ରଛାତ୍ରୀ ମାତ୍ର ୩ମାସ ପରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଗତ ୧୯ ତାରିଖ ଆଦେଶ ଅନୁସାରେ ପୁଣି ଉକ୍ତ ସୁଯୋଗରୁ ବଂଚିତ ହେବାକୁ ଯାଉଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଉକ୍ତ ଗ୍ରାମର ବିକ୍ରମ କେଶରୀ ଦାସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଆଦେଶ ବିରୁଦ୍ଧରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଉକ୍ତ ମାମଲାକୁ ବିଚାରକୁ ନେଇ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ପିଲାମାନେ ପୁର୍ବପରି ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭ କରିବେ ବୋଲି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

୨୦୦୮ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଏଠାରେ ପ୍ରତିଷ୍ଠା ହୋଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ପ୍ରତିଷ୍ଠାର ୧୪ବର୍ଷ ପରେ ମଧ୍ୟ ଉକ୍ତ ବିଦ୍ୟାଳୟରେ ପିଲାମାନେ ଶିକ୍ଷାଲାଭ କରିପାରିନଥିଲେ । ବିଦ୍ୟାଳୟ ପ୍ରତିଷ୍ଠା ହେବାପରେ ପିଲାମାନେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଲେ ଓ ପିଲାମାନଙ୍କୁ ପାଠପଢାଇବା ପାଇଁ ଶିକ୍ଷକବି ନିଯୁକ୍ତି ପାଇଲେ । କିନ୍ତୁ ବିଦ୍ୟାଳୟର ଶ୍ରେଣୀଗୃହ ନଥିବାରୁ ଏହା ନିକଟସ୍ଥ ଏକାଦଶୀ ଏମ.ଇ ସ୍କୁଲରେ ଚାଲିଲା । ଉକ୍ତ ବିଦ୍ୟାଳୟ ଏକ ବ୍ଲକ ଗ୍ରଣ୍ଟ ସ୍କୁଲ ହୋଇଥିବାରୁ ତାର ୨ଟି (୬ଷ୍ଠ,୭ମ)ଶ୍ରେଣୀର ପିଲା ଗୋଟିଏ କୋଠରୀରେ ଓ ଧାନଘର ପ୍ରକଳ୍ପ ବିଦ୍ୟାଳୟର ୫ଟି ଶ୍ରେଣୀର ପିଲା ଗୋଟିଏ କୋଠରୀରେ ଅଧ୍ୟାପନା କରିବାକୁ ଲାଗିଲେ । ଉକ୍ତ ଖବରକୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ଆଣିବା ପରେ ଦୀର୍ଘ ୧୨ବର୍ଷ ପରେ ଅର୍ଥାତ ୨୦୨୦ ମସିହାରେ ଉକ୍ତ ବିଦ୍ୟାଳୟ ଏକ ସଂପୂର୍ଣ୍ଣ ବିଦ୍ୟାଳୟରେ ପରିଣତ ହୋଇଥିଲା । କିନ୍ତୁ ୨୦୨୦ ମାର୍ଚ୍ଚ ମାସରେ ସରକାର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଧାନଘର ପ୍ରକଳ୍ପ ବିଦ୍ୟାଳୟର ପାରିପାଶ୍ୱିର୍କ ପରିସ୍ଥିତିକୁ ବିଚାରକୁ ନେଇ ସରକାର ଉକ୍ତ ବିଦ୍ୟାଳୟକୁ ନିକଟସ୍ଥ ନୁଆପୋଖରୀ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦେଇଥିଲେ । ଏହା ଜାଣିବା ପରେ ଗ୍ରାମବାସୀମାନେ ଏହାକୁ ବିରୋଧ କରି ବିଦ୍ୟାଳୟ ନିର୍ମାଣ ସଂପୁର୍ଣ୍ଣ ହୋଇଥିବାରୁ ନିର୍ମାଣାଧିନ ସ୍ଥାନରେ ପିଲାମାନେ ପଢିବାପାଇଁ ସୁଯୋଗ ମିଳୁବୋଲି ଦାବି କରି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଗତ ୦୩.୦୧.୨୦୨୩ରେ ହାଇକୋର୍ଟ ଉକ୍ତ ମାମଲାର ବିଚାର କରି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କୁ ଏହାର ତଦନ୍ତ କରି ୨ସପ୍ତାହ ମଧ୍ୟରେ ଅଭିଯୋଗ କାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ଶେଷ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଧାନଘର ଠାରେ ସ୍ଥାପିତ ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବାପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ବହୁ ବାଦବିବାଦ ପରେ ଶେଷରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଡିଏଲସିସି ଭଦ୍ରକଙ୍କ ଆଦେଶ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ ଭଦ୍ରକଙ୍କ କାର୍ଯ୍ୟାଳୟ ଆଦେଶ ନଂ ୩୧୨୨/୧୩.୦୩.୨୦୨୩ରେ ଜିଲ୍ଳା ଶିକ୍ଷାଧିକାରୀ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଖୋଲି ସେଠାରେ ପିଲାଙ୍କୁ ଶିକ୍ଷାଦାନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ତରଫରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କରିବା ପାଇଁ ଆଦେଶ ଦେଇଥିଲେ । ଏହା ସହିତ ବ୍ଲକ ଶିକ୍ଷାଧିକାରୀଙ୍କୁ ଉକ୍ତ ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ୨ଜଣ ଶିକ୍ଷକ ଯୋଗାଇ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ପାଇବା ପରେ ବ୍ଲକ ଶିକ୍ଷାଧିକାରିଣୀ ୨ଜଣ ଶିକ୍ଷକ ନିଯୁକ୍ତି କରିଥିଲେ । ସମସ୍ତ ପ୍ରକ୍ରିୟା ସରିବା ପରେ ମାର୍ଚ୍ଚ ମାସ ୧୮ ତାରିଖ (ଶନିବାର) ପିଲାମାନେ ନିଜସ୍ୱ ବିଦ୍ୟାଳୟରେ ଦୀର୍ଘ ୧୫ ବର୍ଷ ପରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଥିଲେ । କିନ୍ତୁ ଗତ ୧୯ ତାରିଖରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଆଦେଶ ଅନୁସାରେ ପୁଣି ଉକ୍ତ ସୁଯୋଗରୁ ଛାତ୍ରଛାତ୍ରୀ ମାନେ ବଂଚିତ ହେବାକୁ ଯାଉଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଉକ୍ତ ଗ୍ରାମର ବିକ୍ରମ କେଶରୀ ଦାସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଆଦେଶ ବିରୁଦ୍ଧରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଉକ୍ତ ମାମଲାକୁ ବିଚାରକୁ ନେଇ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ପିଲାମାନେ ପୁର୍ବପରି ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭ କରିବେ ବୋଲି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ତେଣୁ ଗ୍ରାମବାସୀଙ୍କ ସମେତ ପରିଚାଳନା କମିଟି ସଭ୍ୟ/ସଭ୍ୟା ଓ ଅଭିଭାବକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନକରି ପୂର୍ବପରି ପିଲାମାନଙ୍କୁ ସରରାରଙ୍କ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ସହ ଣିକ୍ଷାଦାନ କରିବାର ସୁବନ୍ଦୋବସ୍ତ କରିବା ପାଇଁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ସମେତ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷାଧିକାରୀ,ବ୍ଲକ ଶିକ୍ଷାଧିକାରୀଙ୍କୁ ପତ୍ର ମାଧ୍ୟମରେ ଗୁହାରି କରିଥିବା ଜଣା ପଡ଼ିଛି ।