ଆଗରପଡ଼ା :ବନ୍ତ ବ୍ଳକ ଅଣିଜୋ ଗ୍ରାମପଂଚାୟତ ଅଧିନ ମଙ୍ଗଳପୁର ଗ୍ରାମର ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ ଅଧିକାରୀ ରାମଚନ୍ଦ୍ର ପଣ୍ଡା( ୮୨)ଙ୍କ ହୃଦଘାତରେ ବିୟୋଗ ଘଟିଛି । ସୂଚନା ମୂଳେ ଗତ କିଛି ଦିନ ହେବ ବୟୋସାଧିକ କାରଣରୁ ଦେହ ଅସୁସ୍ଥ ଥିବାରୁ ସେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ଭଦ୍ର,ନମ୍ର , କର୍ତ୍ତବ୍ୟପରାୟଣ ଏବଂ ଅମାୟିକ ବ୍ୟକ୍ତି ଭାବେ ଏ ଅଂଚଳରେ ବେଶ ପରିଚିତ । ସ୍ୱର୍ଗତ ପଣ୍ଡା ଆଗରପଡ଼ା ଅଂଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବଦା ଜଡିତ ରହୁଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଳରେ ଶୋକାର ଛାୟା ଖେଳିଯାଇଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତି, ଗ୍ରାମବାସୀ, ବନ୍ଧୁ ବାନ୍ଧବ ଏବଂ ସମ୍ପର୍କୀୟ ମାନେ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ମର ଶରୀରକୁ ସ୍ୱର୍ଗ ଦ୍ୱାର ନିଆଯାଇ ଶବଦାହ କରାଯାଇଥିଲା ।
