Onn 3

କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶ ପାଇଁ ସାବରକର ଗୁରୁତ୍ୱପୂର୍ଣ୍ଣ

National & International

ମୁମ୍ବାଇ: କିଛି ଦିନ ପୂର୍ବରୁ କର୍ଣ୍ଣାଟକର କଂଗ୍ରେସ ସରକାର ବିଦ୍ୟାଳୟ ପାଠ୍ୟକ୍ରମରେ ହିନ୍ଦୁତ୍ବବାଦୀ ବିନାୟକ ଦାମୋଦର ସାବରକର ଓ ହେଡଗେୱାରଙ୍କ ଉପରେ ଥିବା ବିଷୟକୁ ବାଦ୍ ଦେବାକୁ ନିଷ୍ପତ୍ତି ନେବା ପରେ ଏହାକୁ ବିରୋଧ କରିଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ | କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ସେ ସମାଲୋଚନା କରିଥିଲେ । ଏହା ପରେ କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ନିତିନ ଗଡକରୀଙ୍କୁ ପସନ୍ଦ କରନ୍ତି ନାହିଁ, ତେଣୁ ସେ ଆରଏସଏସକୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ସତରେ କଣ ମୋଦୀ-ଶାହା ତାଙ୍କୁ ପସନ୍ଦ କରନ୍ତି ନାହିଁ |
ଆଜି ଖୋଦ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ | ମହାରାଷ୍ଟ୍ର ପାଇଁ ସାବରକର କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ପଚରାଯାଇଥିଲା। ନୀତିନ ଗଡକରୀ କହିଛନ୍ତି ଯେ କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶ ପାଇଁ ସାବରକର ଗୁରୁତ୍ୱପୂର୍ଣ୍ଣ। ସାବରକର ଏବଂ ତାଙ୍କ ପରିବାର ଦ୍ୱାରା କରାଯାଇଥିବା ବଳିଦାନ ଭାରତ ଇତିହାସରେ ଅନ୍ୟ କୌଣସି ପରିବାର ଦ୍ୱାରା କରାଯାଇ ନଥିଲା। ଯିଏ ଯନ୍ତ୍ରଣା ଭୋଗୁଥିଲା, ନିର୍ଯାତନା ସହିଥିଲା ସେ ଦେଶ ପାଇଁ ପ୍ରେରଣା ପାଲଟିବା ଉଚିତ୍। ସେଥିପାଇଁ ଏଭଳି ପ୍ରସଙ୍ଗରେ ରାଜନୀତି କରିବା ଅତ୍ୟନ୍ତ ଖରାପ । ସେ କହିଛନ୍ତି ଯେ ଦିନେ ହେଡଗେୱାର ବିଦର୍ଭ କଂଗ୍ରେସର ସାଧାରଣ ସମ୍ପାଦକ ଥିଲେ। ଆମ ଦେଶରେ ଗଣତନ୍ତ୍ରକୁ ସଫଳ କରିବା ପାଇଁ ସହନଶୀଳତା ରହିବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ମତ ପାର୍ଥକ୍ୟ ସ୍ୱାଭାବିକ କିନ୍ତୁ କୌଣସି ମତଭେଦ ରହିବା ଉଚିତ୍ ନୁହେଁ |