Onn 3

ବସ ଓଲଟି ପନ୍ଦର ରୁ ଉର୍ଦ୍ଧ୍ୱ ଆହାତ

State

ବାରିପଦା: ଆଜି ମଙ୍ଗଳବାର ପୂର୍ବାହ୍ନ ପାଖାପାଖି ୧୦ ଟା ସମୟରେ ଗୀତାଞଳୀ ନାମକ ଏକ ଯାତୀବାହୀ ବସ ଚନ୍ଦନେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ ବାରିପଦା ନିକଟବର୍ତ୍ତୀ ପିଆରଏମ ମେଡିକାଲ କଲେଜ ନିକଟରେ ସମ୍ମୁଖରେ ଯାଉଥିବା ଏକ ସ୍କୁଟି କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ପନ୍ଦର ଜଣ ଯାତୀ ଆହାତ ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିଲେ । ସଙ୍ଗେ ସଙ୍ଗେ ମେଡିକାଲ କଲେଜ ର ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ଲୋକମାନେ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମେଡିକାଲ କଲେଜ ର ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ଲୋକମାନ ଙ୍କ ସହାୟତାରେ ଆହାତ ଯାତ୍ରୀ ମାନଙ୍କୁ ବାରିପଦା ମେଡିକାଲ କୁ ଚିକିତ୍ସା ପାଇଁ ପଠାଇଥିଲେ । ଘଟଣା ବାବଦରେ ପୋଲିସ ପକ୍ଷରୁ ଅଧିôକ ତଦନ୍ତ ଜାରିରହିଅଛି ।