Onn 3

ଚାକିରି ଛାଡ଼ିଲେ ବିଧାୟକ ସୁରଙ୍କ ପୁଅ ମନ୍ମଥ ରାଉତରାୟ

Politics State

ଭୁବନେଶ୍ୱର: ଚାକିରି ଛାଡ଼ିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଏୟାର ଇଣ୍ଡିଆରେ କ୍ୟାପଟେନ୍ ଭାବେ କାର‌୍ୟ୍ୟରତ ଥିଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ । ୨୦୨୪ରେ ସୁର ରାଉତରାୟ ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ।

ତେଣୁ ସୁରଙ୍କ ଜାଗାରେ ତାଙ୍କ ସାନ ପୁଅ ମନ୍ମଥ ନିର୍ବାଚନ ଲଢ଼ିପାରନ୍ତି ବୋଲି ସୂଚନା ମିଳିଛି । ତେବେ କାହିଁକି ଚାକିରି ଛାଡ଼ିଲେ, ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ମନ୍ମଥ । ଲୋକଙ୍କ ସେବା କରିବା ପାଇଁ ସେ ଚାକିରି ଛାଡ଼ିଥିବା କହିଛନ୍ତି । ଏ ନେଇ ମଧ୍ୟ ସମସ୍ତଙ୍କ ସହ ଆଲୋଚନା କରିଥିବା ମନ୍ମଥ କହିଛନ୍ତି ।