Onn 3

ବିମାନ ସିଟରେ ଶୌଚ କଲେ ଯାତ୍ରୀ, ଓହ୍ଲାଇବା ପରେ ଗିରଫ କଲା ପୁଲିସ

National & International

ନୂଆଦିଲ୍ଲୀ : ବିମାନରେ ଯାତ୍ରୀମାନଙ୍କ ବିଶୃଙ୍ଖଳିତ ଆଚରଣ ମାମଲା ବଢିଚାଲିଛି । ଡିଜିସିଏର ତାଗିଦ ଓ ବିମାନ କର୍ତ୍ତୃପକ୍ଷଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଏସବୁ ମାମଲା କମୁନାହିଁ । ନିକଟରେ ଏୟାର ଇଣ୍ଡିଆର ମୁମ୍ବାଇ-ଦିଲ୍ଲୀ ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିକୁ ବିମାନବନ୍ଦରରୁ ଗିରଫ କରାଯାଇଛି । ଉକ୍ତ ବ୍ୟକ୍ତି ବିମାନ ଆକାଶରେ ଥିବାବେଳେ ମଳମୁତ୍ର ତ୍ୟାଗ କରିଥିଲା ।
ପୁଲିସ ନିକଟରେ ଫ୍ଲାଇଟ୍ କ୍ୟାପ୍ଟେନ୍ କରିଥିବା ଅଭିଯୋଗ ଅନୁଯାୟୀ ଗତ ଜୁନ୍ ୨୪ ତାରିଖରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଏଆଇସି-୮୬୬ ରେ ଜଣେ ଯାତ୍ରୀ ନିଜ ସିଟରେ ମଳତ୍ୟାଗ କରିବା ସହ ପରିସ୍ରା କରିଥିଲେ।
ଯାତ୍ରୀଙ୍କ ଏପରି ଆଚରଣ ଦେଖିବା ପରେ ବିମାନର କର୍ମଚାରୀମାନେ ତାଙ୍କୁ ମୌଖିକ ଚେତାବନୀ ଦେବା ସହ ଫ୍ଲାଇଟ କ୍ୟାପଟେନଙ୍କୁ ଏହି ଘଟଣା ସଂପର୍କରେ ସୂଚୀତ କରିଥିଲେ । ପରେ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ଓହ୍ଲାଇବା ପରେ ଫ୍ଲାଇଟ୍ କ୍ୟାପଟେନଙ୍କ ସୂଚନା କ୍ରମେ ସଂପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା ଓ ତାଙ୍କୁ ଏୟାରପୋର୍ଟ ଥାନାକୁ ନିଆଯାଇଥିଲା ।
ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଯାତ୍ରୀ ଜଣକ ଆଫ୍ରିକାରେ ରୋଷେୟା କାମ କରନ୍ତି । ସେ ଜୁନ୍ ୨୪ରେ ଏୟାର ଇଣ୍ଡିଆ ବିମାନ ଏଆଇସି ୮୬୬ରେ ମୁମ୍ବାଇରୁ ଦିଲ୍ଲୀ ଆସୁଥିଲେ।